ରାଜ୍ୟରେ ୧୫୫ଟି ଅନୁବନ୍ଧିତ ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ

କଟକ (ଓ୍ବାଇଏନଏସ): ରାଜ୍ୟରେ ଅନୁଷ୍ଠିତ ହେଇଛି ବାର ନିର୍ବାଚନ । ସମୁଦାୟ ୧୫୫ଟି ଅନୁବନ୍ଧିତ ବାର ଆସୋସିଏସନରେ ଏହି ନିର୍ବାଚନ ଅନୁଷ୍ଠିତ ହେଇଛି । ସକାଳ ୭.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଛି । ଏଥିପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଦ୍ଵାରା ପ୍ରସ୍ତୁତ ଓ ପ୍ରକାଶିତ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ବାର ଆସୋସିଏସନ୍ ଗୁଡ଼ିକୁ ପଠାଇ ଦିଆଯାଇଥିଲା । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରି ତୁରନ୍ତ ତାହାର ଏକ କପି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପୈଠ କରିବାକୁ ନିର୍ଦ୍ଦେଶ ରହିଛି । ସକାଳୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଏଯାବତ ମତଦାନ ସୁରୁଖୁରୁରେ ଚାଲିଥିଲା। ନିର୍ବାଚନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି । ମତଦାନରେ କୌଣସି ଅସୁବିଧା ଉପୁଜୁନଥିବା କହିଛନ୍ତି ଆଇନଜୀବୀ । ସେହିପରି ୨୦୧୯ ମସିହାରୁ ୱାନ ବାର ୱାନ ଭୋଟ ଆଧାରରେ ରାଜ୍ୟର ସମସ୍ତ ଅନୁବନ୍ଧିତ ବାର ଆସୋସିଏସନରେ ନିର୍ବାଚନ ହେଇଛି । ଏହି ପ୍ରରିପ୍ରେକ୍ଷୀରେ କଟକ ହାଇକୋର୍ଟ ବାରରେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ମୋଟ ୨୬ ଜଣ ପାର୍ଥି ବିଭିନ୍ନ ପଦବୀ ନେଇ ନିର୍ବାଚନ ଲଢ଼ୁଛନ୍ତି । ଏଯାବତ ଶାନ୍ତି ଶୃଙ୍ଖଳା ମଧ୍ୟରେ ବାର ନିର୍ବାଚନ ଜାରି ରହିଛି । ଅପରାହ୍ନରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ କହିଛନ୍ତି ହାଇକୋର୍ଟ ନିର୍ବାଚନ ଅଧିକାରୀ ସରୋଜ ଦାସ । ସେହିପରି ଭିନ୍ନ ଭିନ୍ନ କାରଣରୁ ସୁନ୍ଦରଗଡ଼, ନବରଙ୍ଗପୁର ଓ ଜଟଣୀ ଲୟର୍ସ ଆସୋସିଏନରେ ନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ଓଡିଶା ଷ୍ଟେଟ ବାର କାଉନ୍ସିଲ ପର୍ଯ୍ୟବେକ୍ଷକ ଦିନେଶ ରାୟ । ହାଇକୋର୍ଟ ବାର୍‌ ନିର୍ବାଚନ ଅଧିକାରୀ ସରୋଜ ଦାସ କହିଛନ୍ତି, ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଚାଲିଛି । ପାଖାପାଖି ୫ ହଜାର ଜଣ ଭୋଟ ଦେବେ । ୪ଟା ପରେ ଭୋଟ ଗଣତି ଆରମ୍ଭ ହେଇଛି । ରାତି ୯ ରୁ ୧୦ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ