ଜାନକୀଜୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ

ଆସିକା  (ୱାଇଏନ୍‍ଏସ୍‍): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତଃରାଷ୍ଟ୍ରୀୟ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ରାଜଯୋଗିନୀ ଦାଦି ଜାନକୀ ଜୀଙ୍କ ଷଷ୍ଠ ଅବ୍ୟକ୍ତ ସ୍ମୃତି ଦିବସ ଆସିକାରେ ପାଳିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ଅବ୍ୟକ୍ତ ସ୍ମୃତିଦିବସ ପାଳନ କାର୍ଯ୍ୟକ୍ରମରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀ, ବ୍ରହ୍ମାକୁମାର ସତ୍ୟପ୍ରିୟ, ଲଡୁକିଶୋର, ରମେଶ, ନିତ୍ୟାନନ୍ଦ, ଆଧ୍ୟାତ୍ମିକପ୍ରେମୀ ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରମୁଖ ଯୋଗଦେଇ ପରମାତ୍ମାଙ୍କର ଦିବ୍ୟ ସନ୍ଦେସ ୧୩୦ଟି ଦେଶରେ ପ୍ରଚାର କରିବା ତଥା ଶାନ୍ତିର ଅନୁଭୂତି ପାଇଁ ବିଶ୍ୱର ସର୍ବୋଚ୍ଚ ସ୍ଥିର ମସ୍ତିଷ୍କର ଉପାଧି ଅନ୍ତଃରାଷ୍ଟୀୟ ଆମେରିକାର ଟୋକ୍ସାସ୍ ୟୁଏସ୍‌ଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଦେଶ ବିଦେଶର ବହୁ ସଂସ୍ଥା ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିଥିଲା ବେଳେ ବିଶ୍ୱର ୧୩୦ଟି ଦେଶରେ ୮ହଜାର ୫ଶହରୁ ଉର୍ଦ୍ଧ୍ୱ ମୁଖ୍ୟ ସେବା କେନ୍ଦ୍ରରେ ପରମାତ୍ମାଙ୍କର ଜ୍ଞାନ ଓ ରାଜଯୋଗର ପ୍ରଚାର ହେଉଛି। ବିଶ୍ୱକୁ ପରମାତ୍ମାଙ୍କ ପରିଚୟ ଦେଇ ତ୍ୟାଗ ଓ ତପସ୍ୟାର ବୀଜମନ୍ତ୍ର ବୁଣି ସମଗ୍ର ମାନବ ଜାତୀକୁ ଶିବପିତାଙ୍କ ସନ୍ତାନ ବନାଇ ବିଶ୍ୱ ପିତା ରୂପେ ସେ ନିଜକୁ ପ୍ରତିପାଦନ କରିବା ସାଙ୍ଗକୁ ନାରୀ ସଶକ୍ତିକରଣର ସେ କର୍ଣ୍ଣଧାର ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାର ସତ୍ୟପ୍ରିୟ ଯୋଗଦେଇ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କ ଉଦ୍ଦେଶ୍ୟରେ ସ୍ନେହ ସୁମନ ଅର୍ପଣ କରିଥିଲେ। ରାଜଯୋଗିନୀ ଦାଦି ଜାନକୀ ଜୀ ୧୦୪ବର୍ଷ ବୟସରେ ଗତ ୨୦୨୦ ମସିହା ମାର୍ଚ୍ଚ ମାସ ୨୭ତାରିଖରେ ସଂସ୍ଥାର ଅନ୍ତଃରାଷ୍ଟ୍ରୀୟ ସେବା କେନ୍ଦ୍ର ମାଉଣ୍ଟାଆବୁରେ ଶରୀର ତ୍ୟାଗ କରିଥିଲା ବେଳେ ତାଙ୍କ ସ୍ମୃତିରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦେଶ ବିଦେଶରେ ଥିବା ପ୍ରତ୍ୟେକ ସେବା କେନ୍ଦ୍ରରେ ଅବ୍ୟକ୍ତ ସ୍ମୃତି ଦିବସ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ବ୍ରହ୍ମାକୁମାର ସତ୍ୟପ୍ରିୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବ୍ରହ୍ମାକୁମାର ବୁଲୁ, ବସନ୍ତ, ବିଶ୍ୱନାଥ, କାଳୁ, ଭାସ୍କର, ପଞ୍ଚାୟତ୍ରୀ, ରାଧାଶ୍ୟାମ, ପିତାମ୍ବର, କାହ୍ନୁ, ମଙ୍ଗୁଳୁ, ସରୋଜ, ବ୍ରହ୍ମାକୁମାରୀ ନିଳିମା, ଆସିନା, ପ୍ରମିଳା, ଡଲି, ପ୍ରେମଲତା, ସସ୍ମିତା, ବେଦବତୀ, ସୁବାସିନୀ, ପ୍ରତିମା, ଅମୂଲ୍ୟ ପ୍ରମୁଖ ସହଯୋଗ କରିଥିଲେ। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସଚେତନ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ