ପଥଚାରୀଙ୍କୁ ଗ୍ଲୁକୋଜ ପାଣି ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପବିତ୍ର ଶ୍ରୀରାମନବମୀ ଉପଲକ୍ଷେ ପ୍ରବଳ ଖରା ଓ ଭିଡକୁ ଆଖିରେ ରଖି ଗରାପୁରସ୍ଥିତ କାଳୀମନ୍ଦିର ଛକରେ ପଥଚାରୀମାନଙ୍କୁ ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଥିଲା। ସମାଜସେବୀ ସ୍ୱର୍ଗତା ନନ୍ଦିତା ବ୍ରହ୍ମାଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ଉଦଘାଟନ କରିଥିଲେ। ଜଣେ ପରୋପକାରୀ ବ୍ୟକ୍ତି ଭାବେ ଖୁବ୍ ପରିଚିତ ସ୍ୱର୍ଗତା ବ୍ରହ୍ମାଙ୍କ ସ୍ୱାମୀ ଡା. ସୁଧିର କୁମାର ବ୍ରହ୍ମା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଭାଗିରଥୀ ଜେନା, ସୁଶ୍ରୀ ମିନତୀ ମହାରଣା ଓ ଗୋଲଖ ପଢିଆରୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ