ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଉପୁଡିଲା ବିଦ୍ୟୁତ୍ ଖୁଣ୍ଟ
କଲ୍ୟାଣସିଂହପୁର (ଏଙ୍କଟେଶ୍ୱର ପାଢ଼ୀ )ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବୃକ୍ ସେରିଗୁମା ପଞ୍ଚାୟତର ଭାଲୁମାସ୍କା ଗାଁର ମୁଖ୍ୟରାସ୍ତାରେ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଗ୍ରାମବାସୀ । ଏକ ସିମେଣ୍ଟ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଯାହା ଫଳରେ ୨ଟି ବିଦ୍ୟୁତ୍ ଖୁଣ୍ଟ ସହ ଟ୍ରନ୍ସଫର୍ମ ଉପୁଡି ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ବିଦୂତ ତାର ଲାଗିଥିବା ଘର ଗୁଡାକରୁ ତାର ଟାଣିହୋଇ ନିଆଁ ଲାଗିଥିଲା। ପରେ ଫିୟୁଜ ଗଲା ପରେ ଅଳ୍ପକେ ଵର୍ତ୍ତିଗଲେ ନଚେତ ଏକ ବଡ଼ ଦୁର୍ଘଟଣା ହୋଇ ଥାନ୍ତା।ଅପରାହ୍ଣ ପ୍ରାୟ ୩ଟାରେ ଦୁର୍ଘଟଣା ଘଟିଥିଲା। ଖୁଣ୍ଟ ଗୁଡାକ ପଡ଼ି ଯିବାରୁ ରାସ୍ତାରେ ଯାତାୟାତ ବାଧାସୃଷ୍ଟି ହୋଇଥିଲା। ଫଳରେ ସେରିଗୁମା ରାୟଗଡା ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବିଦ୍ୟୁତ ବିଭାଗୀୟ କର୍ମଚାରୀ ପହଞ୍ଚ୍ ମରାମତି ଶେଷ କରି ଥିବାରୁ ଯାତାୟାତ କରୁଥିବା ଜଣା ପଡିଛି।


