ଯୁବ ଓ ଛାତ୍ର ବିଜେଡିର ତୀବ୍ର ପ୍ରତିବାଦ: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ

ଆସିକା  (ୱାଇଏନ୍‍ଏସ୍‍): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାନ୍‍ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନ ତଥା ଅସମ୍ମାନ ସୂଚକ ଏବଂ ଅବାଞ୍ଛନୀୟ ମନ୍ତବ୍ୟକୁ ବିରୋଧ କରି ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ବିଜୁ ଯୁବ ଜନତା ଦଳକ ରାଜ୍ୟ ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ପରାମର୍ଶ ସାଙ୍ଗକୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ଜନପ୍ରିୟା ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ମଙ୍ଗଳବାର ଅପରାହ୍ନରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ଜଣାପଡିଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ଦଳର ବହୁ ଆଗଧାଡିର ନେତା ଓ କର୍ମୀ କଳିଙ୍ଗ ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟ ନିକଟକରୁ ବାହାରି ବିଜୁ ପଟ୍ଟନାୟକ ଅମର୍‍ ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ୍‍, ବିଜୁ ଜନତା ଦଳ ଜିନ୍ଦାବାଦ୍‍, ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ ଜିନ୍ଦାବାଦ୍‍ ନାରା ଦେଇ ଗଗନ ପବନ ପ୍ରକମ୍ପିତ କରି ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି ଓ ନଗର ବିଜେଡି ସଭାପତି ଏମ୍‍.ତାରିଣୀ ସେନାପତି, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜଣେ ବିଶ୍ୱବିଦିତ ବ୍ୟକ୍ତି ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଯେଉଁଭଳି ଭାବେ ଅପମାନ ସୂଚକ ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦାଦାୟକ ଓ ଅକ୍ଷମଣୀୟ ବୋଲି ପ୍ରକାଶ କରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେବଳ ଜଣେ ଜନନେତା ନଥିଲେ ସେ ତାଙ୍କ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଓଡିଶା ଏବଂ ଓଡିଆ ଜାତିର ସ୍ୱାଭିମାନ ପାଇଁ ସଦାସୂର୍ବଦା ଚେଷ୍ଟିତ ଥିଲେ । ତେଣୁ ତାଙ୍କ ଭଳି ଜଣେ ମହାନ୍‍ ବ୍ୟକ୍ତିଙ୍କ ସଂପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଯେଉଁ ମିଥ୍ୟା ବକ୍ତବ୍ୟ ରଖିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦୃଢ ଦାବୀ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅତ୍ୟନ୍ତ ନିନ୍ଦନୀୟ ଟିପ୍ପଣୀକୁ ବିରୋଧ କରି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ମାନସ ରଂଜନ ଗୌଡ, ଜି.ସୂର୍ଯ୍ୟପ୍ରକାଶ ରାଓ, ରଂଜନ ବିଷୋୟୀ, ସତ୍ୟ ନାରାୟଣ ସାମନ୍ତରା, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, କୈଳାଶ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ଶିବପ୍ରସାଦ ଶତପଥୀ, ମନୋଜ ନାହାକ, ନରେନ୍ଦ୍ର ନାହାକ, କାହ୍ନୁଚରଣ ଦଳେଇ, ସନ୍ତୋଷ ନାହାକ, ନିଳାଞ୍ଚଳ ମହାରଣା, ଟୁକୁନା ନାହାକ, ଭଗବାନ ବିଶ୍ୱାଳ, ଶିବରାମ ପୋଲାଇ, ଶଙ୍କର ନାହାକ, ସଂଜୀବ ମହାରଣା, ସିମାଂଚଳ ସ୍ୱାଇଁ, ମିଟୁ ନାହାକଙ୍କ ସମେତ ଶତାଧୀକ ଦଳୀୟ ନେତା ଓ କର୍ମୀ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ