ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ୍‍ର ସଫଳତା

ଆସିକା  (ୱାଇଏନ୍‍ଏସ୍‍) : ୨୦୨୫-୨୬ ଆର୍ଥିକବର୍ଷ ଶେଷ ହୋଇସାରିଥିଲା ବେଳେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି। ଆସିକା ତହସିଲର ୨୦୨୫-୨୬ ଆର୍ଥିକବର୍ଷର ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୨କୋଟି ୫୪ଲକ୍ଷ ୭୯୯ ଟଙ୍କା ଥିବା ବେଳେ ତହସିଲଦାର ସଙ୍ଗୀତା ସେଣ ଓ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଙ୍କ ମାର୍ଗଦର୍ଶନ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଆସିକା ତହସିଲ ଇ-ରୟାଲିଟିକୁ ମିଶାଇ ୪କୋଟି ୩୨ଲକ୍ଷ ୬୪ହଜାର ୧୯୪ ଟଙ୍କା ରାଜସ୍ୱ ଆଦାୟ କରିବାରେ ସକ୍ଷମ ହୋଇପାରିଥିବା ଜଣାପଡିଛି। ଆସିକା ତହସିଲ ରେକର୍ଡ ପରିମାଣର ରାଜସ୍ୱ ଆଦାୟ କରି ପୂର୍ବବର୍ଷ ତୁଳନାରେ ଅଧିକ ସଫଳତା ପାଇଥିବା ଜଣାପଡିଛି। ଆସିକା ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ଆସିକା, ଭେଟନଇ, ବାଲିସିରା, ଗହଙ୍ଗୁ, ଗୁଣ୍ଠପଡା, ହରିଡାପଦର, ନଳବଣ୍ଟା, ନିମିନା, ବାବନପୁର ରାଜସ୍ୱ ସର୍କଲ ଜରିଆରେ ଖଜଣା, ଜଳକର ସମେତ ଅନ୍ୟାନ୍ୟ ବାବଦକୁ ୧ କୋଟି ୪୯ଲକ୍ଷ ୦୪ହଜାର ୫୮୯ ଟଙ୍କା ଏବଂ ଇ-ରୟାଲିଟି ମାଧ୍ୟମରେ ୨କୋଟି ୮୩ଲକ୍ଷ ୫୯ ହଜାର ୬୦୫ ଟଙ୍କା ଏହିଭଳି ସମୁଦାୟ ୪କୋଟି ୩୨ ଲକ୍ଷ ୬୪ହଜାର ୧୯୪ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଜଣାପଡିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲର ଏହି ଉଲ୍ଲେଖନୀୟ ସଫଳତା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତଙ୍କ ଦିଗ୍‌ଦର୍ଶନ ଓ ରାଜସ୍ୱ ପରିଦର୍ଶକ ସୁନିଲ୍‍ କୁମାର ମହାରଣା,ଉପବିଭାଗୀୟ ଅଧିକାରୀ କିରଣ କୁମାର ପାଢୀ, ଆସିକା ରାଜସ୍ୱ ବିଭାଗ କର୍ମଚାରୀ ସସ୍ମିତା କୁମାରୀ ବିଶ୍ୱାଳ, ବିଷ୍ଣୁପ୍ରିୟା ରାଉତ, ଜେ.ଅରୁଣାରାଣୀ ଆଚାରୀ, ପ୍ରଫୁଲ କୁମାର ଭୂୟାଁ, ସ୍ୱରାଜ୍ୟ ଗୌଡ, ରଘୁନାଥ ପ୍ରଧାନ, ସୁନିଲ୍‍ କୁମାର ଗୌଡ, ସୁଧାଂଶୁ ଶେଖର ଗୌଡଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣ ଆସିକା ତହସିଲର ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆସିକା ତହସିଲକୁ ରାଜ୍ୟର ଏକ ଅଗ୍ରଣୀ, ବିକଶିତ ଓ ଶ୍ରେଷ୍ଟ ତହସିଲରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଜଣାପଡିଛି। ରାଜସ୍ୱ ଆଦାୟ କ୍ଷେତ୍ରରେ ଆସିକା ତହସିଲ ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୦.୩୨ ପ୍ରତିଶତ ସଫଳତା ହାସଲ କରି ଏକ ରେକର୍ଡ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯୀଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ