ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ
ସିନାପାଲି,(ଲିଲାମ୍ବର ନାଗ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସଭାପତି ତ୍ରିନାଥ ମେହେର ଙ୍କ ସଭାପତିତ୍ବରେ ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ବୋଡେ଼ନ ବ୍ଳକଅଧ୍ୟକ୍ଷ ତଥା ବରିଷ୍ଠ ରାଜନୀତିଜ୍ଞ ଲମ୍ବୋଧର ନିଆଲ ,ସମ୍ମାନୀତ ଅତିଥି ଦାମୋଧର ମେହେର ,ମୁଖ୍ୟ ବକ୍ତା ଭାବେ ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଚରଣ ନେତାମ, ସମ୍ପାଦକ ବୈବସୂତ ମେହେର ମଞ୍ଚାସିନ ହୋଇଥିବାବେଲେ । ସର୍ବପ୍ରଥମେ ଦେବପୂଜନ ପରେ ଶିଶୁମନ୍ଦିର ର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଭଗବାନ ଚଳାନ ବିଦ୍ୟାମନ୍ଦିର ର ବାର୍ଷିକ ବିବରଣୀ ପଠନ ସହ ଆଜିକାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଚଳିତ ବର୍ଷ ନବୋଦୟ ତଥା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନୀତ କରାଯାଇଥିଲା ତଥା ବିଦ୍ୟାଳୟ ସ୍ତରୀୟ ଖେଳକୁଦ ରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟା ମନ୍ଦିରର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶେଷରେ ଶିଶୁ ବିଦ୍ୟାମନ୍ଦିର ଯୁଗ୍ମ ସଂପାଦକ ଜଗଦୀଶ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।


