ଶାସଙ୍ଗ ହାଇସ୍କୁଲରେ ଉତ୍କଳ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମାଧବାନନ୍ଦ ଜେନାଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ସର୍ବ ପ୍ରଥମେ ସମବେତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆତ୍ମଜୀବନୀକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ କିପରି ପରିବାରର ଐକତ୍ଵ ବଜାୟ ରହିବ ସେଥିପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଭଲ ଭାବରେ ଶିକ୍ଷା କରିବା ପାଇଁ ଶିକ୍ଷକମାନେ ମତ ରଖିଥିଲେ। ଯଦି ନିଜ ପରିବାର ପ୍ରତି ଭଲପାଇବା ରହିବ, ତାହେଲେ ଗ୍ରାମ, ରାଜ୍ୟ ଓ ଦେଶ ପ୍ରତି ସୂତ ଦେଶପ୍ରେମ ଜାଗ୍ରତ ହୋଇ ପାରିବ ବୋଲି ଶିକ୍ଷକ ମାନେ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ ଶିକ୍ଷକ ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ ନିଜ ନିଜର ମତ ରଖିଥିଲେ। ସତ୍ୟବ୍ରତ ବିଶ୍ୱାଳ, ପଶୁରାମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


