ଅଷ୍ଟପ୍ରହରୀ ବେଳେ ଯୁବକକୁ ଆକ୍ରମଣ

ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଦୁଡୁଗାଁ ଗ୍ରାମରେ ଅଷ୍ଟପ୍ରହରୀ ବେଳେ ଗୋଟିଏ ପରିବାରର ଲୋକମାନେ ଜଣେ ଯୁବକକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଗ୍ରାମରେ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଚାଲିଥିବା ବେଳେ ଦୁଇଜଣ ଯୁବକଙ୍କ ଭିତରେ ଠେଲା ପେଲା ହୋଇଥିଲା। ଗ୍ରାମର ନାରାୟଣ ଜେନା ଉଭୟଙ୍କୁ ବାରଣ କରି ବିବାଦ ଟୂଟାଉଥିବା ବେଳେ ଜୟଦେବ ଜେନା ଓ କୈଳାଶ ଜେନାଙ୍କ ପରିବାର ଲୋକେ ନାରାୟଣ ଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି। ଏନେଇ ନାରାୟଣ ଙ୍କ ସ୍ତ୍ରୀ ଜାନକୀ ଜେନା ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ