ରେଲୱେ ଷ୍ଟେସନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଉକ୍ତ ଯୁବକ ଜଣଙ୍କ କୌଣସି ଟ୍ରେନରୁ ଓଲ୍ହାଇ ଷ୍ଟେସନ ପ୍ଲାଟଫର୍ମରେ ବିଶ୍ରାମ କରୁଥିବା ଜଣାପଡିଥିଲା। କିନ୍ତୁ ସକାଳେ ସେହି ସ୍ଥାନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପାଖରୁ କୌଣସି ପରିଚୟ ପତ୍ର କିମ୍ବା କୌଣସି ପରିଚୟ ମିଳିନଥିବାରୁ ତାଙ୍କର ପରିଚୟ ଅଜଣା ରହିଛି। ପ୍ରାଥମିକ ଭାବେ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରାଯାଉଛି। ସଠିକ୍ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଜଣାପଡିବ ବୋଲି ରେଳବାଇ ପୋଲିସ୍ କହିଛି। ଘଟଣା ସୂଚନା ପାଇ ରେଲୱେ ପୋଲିସ ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏହାସହ ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯଦି ମୃତକଙ୍କ ପରିଚୟ ମିଳିବାକୁ ବା ପରିବାର ଲୋକ ଆଗକୁ ନଆସନ୍ତି, ତେବେ ଆଇନ ଅନୁସାରେ ମୃତଦେହକୁ ବ୍ୟବସ୍ଥାପନ (ଡିସ୍ପୋଜ) କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ