’ଘୁମୁସର ର ସ୍ବର’ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର
ବୁଗୁଡ଼ା, (ଅନୀଲ କୁମାର ମହାରଣା): ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ଅବସରରେ ୧୬୦ତମ ସାହିତ୍ୟ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଓ କବିତା ଆସର ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଜି.ସଞ୍ଜୀବ କୁମାର ପାତ୍ର କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗଦେଇ ଘୁମୁସର ଅଞ୍ଚଳର ପ୍ରାଚୀନ ସାହିତ୍ୟ କୃତିକୁ ସଂରକ୍ଷଣ କରି ରଖିବା ଆମର ନୈତିକ କର୍ତ୍ତବ୍ଯ ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଡାକ୍ତର ରାଜେନ୍ଦ୍ର କୁମାର ବେହେରାଙ୍କ ସାହିତ୍ୟ କୃତିକୁ ସମ୍ମାନ ଜଣାଇ ପ୍ରତିଷ୍ଠାନ ପକ୍ଷରୁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଡକ୍ଟର ବ୍ରଜ କିଶୋର ପାଢ଼ୀ, ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ଦେବାଶିଷ ସ୍ବାଇଁ, ପ୍ରଧାନ ଶିକ୍ଷକ ଇ.ନିଳାଞ୍ଚଳ ପାତ୍ର, ନୟନୀ ମହାରଣା, ରାଜେନ୍ଦ୍ର ମହାରଣା ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ସନ୍ୟାସୀ ମହାରଣା, କୁଶ ବଷୋୟୀ, ଧ୍ରୁବ ପାଣିଗ୍ରାହୀ, କେ.ରାଘବ ପାତ୍ର, ପଦ୍ମଲୋଚନ ଗୌଡ଼, ଜି.ମନୋଜ କୁମାର ପାତ୍ର ସହଯୋଗ କରିଥିଲେ। ଶେଷରେ ଫ୍ରେଣ୍ଡସ୍ କ୍ଳବ୍ ସଭାପତି ଧନ୍ଯବାଦ ଅର୍ପଣ କରିଥିଲେ। ମାନସୀ ଗୌଡ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷୟତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


