ବିଜେପିର ମିଶ୍ରଣ ପର୍ବ, ୫୦ରୁ ଉର୍ଦ୍ଧ୍ବ ସାମିଲ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଅକରୁଆ ପଞ୍ଚାୟତର ଦଧିବାବନପୁର, ଭାତକରୁଆ ଗ୍ରାମର ରାଜ କିଶୋର ବେହେରା, ଶଙ୍କର୍ଷଣ ସ୍ୱାଇଁ , ବାଦଲ ସା, କୁଳମଣି ରାଉତ, ରାମ ଚନ୍ଦ୍ର ବେହେରା, ରଞ୍ଜିତ ଜେନା, ଭିକାରୀ ଜେନା, ଆଦିକନ୍ଦ ଖଣ୍ଡା, ସନ୍ୟାସୀ ଯେନା, ବାଇଧର ଯେନା, ବିଜୁ ଯେନା, ବିଜୟ ଯେନା, ମନୋଜ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଲୋକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅକରୁଆ ସରପଞ୍ଚଙ୍କ ପ୍ରତିନିଧି ତଥା ବିଜେପିର ସାଧାରଣ ସମ୍ପାଦକ ଚତୃର୍ଭୁଜ ସ୍ୱାଇଁ, ବିଜେପିର ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଶଶିକାନ୍ତ ରାଉତ, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଗୋପାଳକୃଷ୍ଣ ସେନାପତି, ସୁରେନ୍ଦ୍ର ସାହୁ, ଦେବାଶିଷ ସେନାପତି, ଅବିନାଶ ସେଠୀ, ରୁଦ୍ର ପ୍ରସାଦ ଜେନା, ଯୁଧିଷ୍ଠିର ମଲ୍ଲିକଙ୍କ ସମେତ ବହୁ କର୍ମକର୍ତା ନବାଗତ ମାନଙ୍କୁ ଦଳୀୟ ଟୋପି ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।


