୧୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହେରୋଇନ୍ ଜବତ, ତିନି ଗିରଫ
କଟକ (ଓ୍ବାଇ,ନଏସ): କଟକ କେନ୍ଦ୍ରୀୟ ଅବକାରୀ ଅଧିକାରୀମାନେ ଗୁରୁବାର ୧୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହେରୋଇନ୍ ରଖିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ପାଇ, ଅବକାରୀ ଅଧିକାରୀମାନେ ମର୍କତନଗର ଥାନା ସୀମା ଅନ୍ତର୍ଗତ ଜୁଡିସିଆଲ୍ ଏକାଡେମୀ ଛକରେ ଚଢାଉ କରି ୧୬୪ ଗ୍ରାମର ହେରୋଇନ୍ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି।ଅଧିକାରୀମାନେ ଅଭିଯୁକ୍ତମାନଙ୍କ ପାଖରୁ ଏକ ସ୍କୁଟି ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛନ୍ତି, ସୂଚନା ଅନୁଯାୟୀ ଜବତ ହୋଇଥିବା ହିରୋଇନ୍ ର ବଜାର ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଗିରଫ ବ୍ୟକ୍ତିମାନେ ହେଲେ ଲାଲବାଗ ଥାନା ସୀମା ଅନ୍ତର୍ଗତ ଆଲିଶା ବଜାର ଅଞ୍ଚଳର ସୋମ ନାୟକ, କାଳିଆ ନାୟକ ଏବଂ ରୋହିତ ଘଡେଇ । ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟନ୍ସ (NDPS) ଆଇନ, ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।


