ନୂତନ ଶିକ୍ଷାବର୍ଷର ଖଡ଼ି ଛୁଆଁ ଉତ୍ସବ

ଗଙ୍ଗାପୁର,(ସନ୍ତୋଷ କୁମାର ବିଷୋଇ): ଗାଙ୍ଗପୁର ଥାନା ନିକଟସ୍ଥ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖଡ଼ି ଛୁଆଁ ଉତ୍ସବ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅଳକା ପଣ୍ଡା ଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି!ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାନେତ୍ରୀ ରୋଜିତା ଗୌଡ଼ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲାଙ୍କ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ରେ ପିଲାଙ୍କୁ ନୂତନ ବହି ଓ ଶିକ୍ଷଣ କିଟ ପ୍ରଧାନ କରିଥିଲେ!ବିଦ୍ୟାଳୟ ଫାଟକରେ ନୂତନ ଶିକ୍ଷାବର୍ଷ ପାଇଁ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଫ୍ଲେକ୍ସ ଓ ବେଲୁନ, ଫୁଲ ମାଳରେ ସଜିତ କରା ଯାଇ ପିଲା ମାନଂକୁ ଚନ୍ଦନ ଓ ଫୁଲ ଦେଇ ସେମାନଂକୁ ଶ୍ରେଣୀ କକ୍ଷକୁ ନିମନ୍ତ୍ରଣ କରାଯାଇଥିଲା, ଶ୍ରେଣୀ କକ୍ଷ ଓ ବିଦ୍ୟାଳୟ ଭିତରେ ବହୁତ ସୁନ୍ଦର ସାଜ ସଜ୍ଜା କରାଯାଇ ସେମାନଙ୍କ ଖଡ଼ି ଛୁଆଁ କାର୍ଯ୍ୟ କରାଯାଇଥିଲା, ଅଭିଭାବକ ମାନଙ୍କୁ ଆଗରୁ ନିମନ୍ତ୍ରଣ କରିଥିବାରୁ ସେମାନଙ୍କ ପିଲାଙ୍କୁ ସାଜ ସଜା କରି ବହୁ ସମୟ ପ୍ରଯ୍ୟନ୍ତ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ, ପିଲାମାନଙ୍କୁ ମିଷ୍ଟ୍ରାନ ବଣ୍ଟନ କରାଯାଇଥିଲା ଗୋଷ୍ଠୀ ଶିକ୍ଷାଧିକାରୀକାରିଣୀ ମୁନିରାଣୀ ମାହାନ୍ତି ଓ ଏ ବି ଇ ଓ ବିଭୂନନ୍ଦନ ପଣ୍ଡା ଓ ସାଆରସିସି ରଂଜିତା ପାତ୍ର ଙ୍କ ବ୍ଲକ ରୁ ଏକ ଶିକ୍ଷା ସଚେତନ ରଥ ବାହାରି ପ୍ରତେକ ବିଦ୍ୟାଳୟ କୁ ଭ୍ରମଣରେ ବାହାରିଛି ଆଜି ମଙ୍ଗଳପୁର ଗାଙ୍ଗପୁର ବାଲିସିରା ଦେଇ କିଛି ସ୍କୁଲ ବୁଲିଥିଲା ଆସନ୍ତା 10ତାରିଖ୍ୟ ପ୍ରଯ୍ୟନ୍ତ ବୁଲିବ ଓ ଏହି ରଥ ଓସେପା ର ଚିଠି ପ୍ରକାରେ ଓଡ଼ିଶାର ପ୍ରତେକ ବ୍ଲକ ଠାରୁ ପ୍ରତି ଗ୍ରାମ ବୁଲି ଶିକ୍ଷା ପ୍ରତି ପିଲାଙ୍କୁ ଆକୃଷ୍ଟ କରି ଅଭିଭାବକ ଓ ପିତା ମାତା ଏହି ମାସରେ ନାମ ଲେଖାଇବା ସୂଚନା ଜାଣିବା ହେଉଛି ଏହାର ମୁଖ୍ୟ ଲକ୍ଷ, ସହକାରୀ ଶିକ୍ଷକ ପ୍ରଭାକର ବିଷୋୟୀ, ଗୀତାଞ୍ଜଳି ଦାସ, ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ବିଦ୍ୟାଳୟ ରେ ଶିକ୍ଷା ସଚେତନ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ