ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା ରଥ ଉଦଘାଟନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଏବଂ ଶିକ୍ଷା ସଚେତନତା ରଥ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଇନ କିମ୍ଵାକା,ସ୍ୱତନ୍ତ୍ର ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟକାନ୍ତ ବଙ୍ଗାଲ,ମୁଖ୍ୟବକ୍ତା ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗୀତାରାଣୀ ସାହୁ,ସମ୍ନାନନୀୟ ଅଥିତି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁଜିତ ବ୍ରେଡକା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତାଡିଙ୍ଗ ସିଙ୍ଗନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ,ବାଳକୃଷ୍ଣ ବିହାରୀ ଆଦି ମଞ୍ଚାସିନ ହୋଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଶିକ୍ଷା ସଚେତନତା ରଥ ଉଦଘାଟନ କରିଥିଲେ। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ବିକ ସ୍ୱାଗତ ଭାଷଣ ଦେଇଥିଲେ ଏଥିସହ ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପରେ ଅତିଥି ମାନେ ନୂତନ ଭାବେ ବିଦ୍ୟାଳୟରେ ପ୍ରବେଶ କରିଥିବା ଶିଶୁ ବାଟିକା ଛାତ୍ରଛାତ୍ରୀ ମାନଙ୍କୁ ଖଡ଼ି ଛୁଆଁ କରାଇଥିଲା। ଉକ୍ତ ସଚେତନତା ରଥ ଚନ୍ଦ୍ରପୁର ବ୍ଲକର ୮ଟି କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ପରିଭ୍ରମଣ କରିବ ବୋଲି ଜଣାପଡିଛି। ଉକ୍ତ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମକୁ ଏବିଇଓ ଉମାକାନ୍ତ ମିଶାଲ ମଞ୍ଚ ପରିଚାଳନା କରିଥିବା ବେଳେ ଚନ୍ଦ୍ରପୁର ବ୍ଲକର ୮ଟି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ