ନିର୍ମାଣକୁ ୫ ପୂରିଲା : କାମରେ ଲାଗୁନି ଚେକଡ୍ୟାମ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ପୂଜାରୀଗୁଡ଼ା ଚେକ ଡେମ ନିର୍ମାଣକୁ ପାଞ୍ଚ ବର୍ଷ ପୁରିଲା କିନ୍ତୁ ଜମିକୁ କେନାଲ ଖଣ୍ଡିକ ହୋଇ ପାରିଲା ନାହିଁ। ପୂର୍ବ ସରକାର ଅମଳରେ ନିର୍ମାଣ ହେବାର ତିନି ବର୍ଷ ବିତିଗଲା। ପୁଣି ନୂତନ ସରକାର ଆସି ଦୁଇ ବର୍ଷ ହେବାକୁ ଯାଉଛି କିନ୍ତୁ କେନାଲ ଖଣ୍ଡିକ ଚାଷୀଙ୍କ ଭାଗ୍ୟରେ ସରକାର ଜୁଟାଇଲେ ନାହିଁ। ପୂଜାରୀଗୁଡା ପଞ୍ଚାୟତର ଡ଼ିମିରିବାଡି, ଡିବାଲ ପଡ଼ୁ,ରାଉତ ପରିଡ଼ିଗୁଡ଼ା ମୌଜାର ପ୍ରାୟ ପାଞ୍ଚ ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି| ଗତ ବର୍ଷ ନଭେମ୍ବର ମାସରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ ପୂଜାରୀଗୁଡ଼ା ଟେକ୍ ଡ୍ୟାମ୍ ନିକଟକୁ ଯାଇ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ସମୟରେ ଡ୍ୟାମର ନାମ ପୂଜାରୀଗୁଡ଼ା ବଦଳରେ ଡିମିରିବାଡ଼ି ରଖିବା ପାଇଁ ଅଡ଼ି ବସିଥିଲେ ଚାଷୀ। ବିଭାଗୀୟ ଅଧିକାରୀ ନାଁ ପରିବର୍ତନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଗୋଟିଏ ବି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଡିମିରିବାଡ଼ି, ଡିବଲପାଡ଼ୁ ଓ ରାଉତ ପରିଚିଗୁଡ଼ାର ପାଞ୍ଚ ସହ ହେକ୍ଟର ଜମିକୁ ଜଳସେଚନ ସୁବିଧା ନଥିବାରୁ ବର୍ଷା ଉପରେ ନିର୍ଭର କରି ଚାଷ କରିଥାନ୍ତି। ତେଣୁ ଏହି ତିନି ଗାଁର ଚାଷୀମାନେ ଭୂତଳ ପାଇପ୍ ଯୋଗେ ଜଳସେଚନ ପାଇଁ ଦାବି କରିଥିଲେ । ଗତ ତିନି ବର୍ଷ ପୂର୍ବେ ମୁନାଖଣ୍ଡି ପଞ୍ଚାୟତର ଖଜୁରୀଗୁଡ଼ା ଗ୍ରାମ ନିକଟର ନାଳ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୨.୫୨ କୋଟିରୁ କୋଟିରୁ ଉର୍ଦ୍ଧ ଉର୍ଦ୍ଧ୍ଵ ଟଙ୍କା ଟଙ୍କା ଖର୍ଚ କରାଯାଇ ଏକ ଚେକ ଡ୍ୟାମ୍ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରୁ ପାଇପ୍ ଲାଇନ୍ ଯୋଗେ ଭୂତଳ ମାଧ୍ୟମରେ ଜଳସେଚନ କରିବା ପାଇଁ ଯୋଜନା ଓସିସି ଠିକା କମ୍ପାନୀକୁ କାର୍ଯ୍ୟ ହସ୍ତାନ୍ତର ହୋଇଥିଲା। ଏଥିପାଇଁ ପାଇପ୍ ଗୁଡ଼ିକ ଦୀର୍ଘ ଦିନ ହେବ ପଡ଼ି ରହିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭହୋଇନି। ଅପରପକ୍ଷରେ ଗତବର୍ଷ ଠିକାଦାର ପୂଜାରୀଗୁଡ଼ା ଗ୍ରାମକୁ ଜଳସେଚନ ପାଇଁ ପାଇପ୍ ପକାଇବା ବେଳେ ତିମିରିବାଡ଼ି, ଡିବଳପାଡୁ ଓ ରାଉତ ପରିଡ଼ିଗୁଡ଼ାର ଚାଷୀମାନେ ବିରୋଧ କରିଥିଲେ। ପୂଜାରୀଗୁଡ଼ା ଗ୍ରାମକୁ ପୂର୍ବରୁ ରାଇଲିମା ଏମଆଉ କେନାଲରୁ ପାଣି ଯୋଗାଣ ହେଉଛି| ପୁଣି ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ପାଣି ଯୋଗାଣ ହେଉଛି। ଏହି ଚେକ ଡ୍ୟାମରେ ତିନି ଖଣ୍ଡ ଗ୍ରାମକୁ ପାଣି ଯିବା ପାଇଁ ଭୂତଳ କଂକ୍ରିଟ୍ ରାସ୍ତା ରହିଛି। ତେଣୁ ପ୍ରଥମେ ଏହି ତିନିଟି ଗ୍ରାମରେ ଥିବା ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପରେ ପୂଜାରୀଗୁଡ଼ାକୁ ଜଳସେଚନ କରାଯାଉ ବୋଲି ଚାଷୀମାନେ ଜିଦରେ ଅଟଳ ରହିଥିଲେ | ଏମଆଇ ବିଭାଗର ଅଧିକାରୀମାନେ ଡିମିରିବାଡ଼ି ଗ୍ରାମକୁ ଆସି ଚାଷୀଙ୍କ ସହ ଆଲୋଚନା କରିବା ବେଳେ ରାଉତ ପରିଡ଼ିଗୁଡ଼ା, ତିମିରିବାଡ଼ି ଓ ଡିବଲପାଡୁ ଗାଁର ଜମି ଗୁଡିକୁ ଜଳସେଚନ ପାଇଁ ଅତି ବସିଥିଲେ। ଏପରିକି ତିନି ଗ୍ରାମର ଜମିକୁ ଜଳସେଚନ ନହେବା ଯାଏଁ ମାଟି ଖୋଳା ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆଜି ତିନି ଗ୍ରାମବାସୀ ଏନ୍ ଈଶ୍ବର ପ୍ରସାଦ
ରାଓ, କେଶବ ନାଗଵଂଶ ଅଭିଯୋଗ କରିଛନ୍ତି ଯେ କେନାଲ ମରାମତି କରି ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉ। ଯଦି ଆମ ଚାଷ ଜମିକୁ ଜଳସେଚନ ନହୁଏ ତାହାହେଲେ ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଗତ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଠିକା କମ୍ପାନୀର ଅଧିକାରୀଙ୍କୁ କେନାଲ ନିର୍ମାଣ କରିବା ପାଇଁ ଗ୍ରାମକୁ ଯାଇ ଚାଷୀଙ୍କ ଜମିରେ ଭୁତଳ ମଧ୍ୟରେ କେନାଲ ନିର୍ମାଣ କରାଯିବ ବୋଲି ଏକ ସ୍ଵାକ୍ଷର କରାଯାଇ କାର୍ଯ୍ୟ ଆରମ୍ଭ କରିବା ବେଳେ ବାଧକ ସାଜିଲେ କ୍ଷୁଦ୍ର ଜଳ ସେଚନ ବିଭାଗ ଓ ଉଠା ଜଳ ସେଚନ ବିଭାଗର ସ୍ୱମନୟ ନଥିବାରୁ କାର୍ଯ୍ୟ ବିଳମ୍ୱ ବର୍ଷ ବିତିଗଲାଣି। ଉଠା ଜଳ ସେଚନ ବିଭାଗ ମାଧ୍ୟମରେ ନିର୍ମାଣ ହୋଇଥିବା ସେଚ ପ୍ରକଳ୍ପ ସ୍ଥିତି କୁ କ୍ଷୁଦ୍ର ଜଳ ସେଚନ ବିଭାଗ ରିପୋର୍ଟ ମାଗିଥିବା ବେଳେ ଉଠା ଜଳ ସେଚନ ବିଭାଗ ନିଜର ଦୋଷ ଲୁଚାଇବା ପାଇଁ ଜାଣିଶୁଣି ବିଳମ୍ବ କରୁଥିବାରୁ କେନାଲ ନିର୍ମାଣ ହେବାରେ ବିଳମ୍ବ ହେଉଥିବା ଏକ ନିର୍ଭରଶିଳ ତଥ୍ୟଉ ଜଣା ପଡିଛି। ଚାଷୀଙ୍କ ଉଦ୍ୟେଶ ରେ ଯୁଦ୍ଧକାଳୀନ ଭିତିରେ ଜେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି |


