ଟାଟା ପାୱାର୍‍ କର୍ମଚାରୀଙ୍କ ଉତ୍ସର୍ଗିକୃତ ସେବା ମନୋବୃତ୍ତିକୁ ପ୍ରଶଂସା

ଆସିକା  (ୱାଇଏନ୍‍ଏସ୍‍): ଆସିକା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ସହରର ବିଭିନ୍ନ ଅଞ୍ଚଳକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇଦେବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ତୋଟାସାହି ନିକଟରେ ଥିବା ୧୦୦ ଭୋଲ୍ଟ ଆମ୍ପିୟାର୍‍ ଟ୍ରାନ୍ସଫର୍ମରଟି କୌଣସି କାରଣରୁ ଅଚଳ ହୋଇଯିବା ଯୋଗୁଁ ଦୀର୍ଘ ସମୟ ଧରି ଶତାଧୀକ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସେବା ପାଇବାରୁ ବଂଚିତ ହୋଇଥିଲେ । ଘଟଣା ସଂକ୍ରାନ୍ତରେ ଖବର ପାଇ ଟିିପିଏସ୍‍ଓଡିଏଲ୍‍ ଆସିକା ସେକ୍ସନ୍‍-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ରାଜେନ୍ଦ୍ର ରେଡି, ଆଲୋକ ପ୍ରଧାନ, ଶିବଶଙ୍କର ମହାନ୍ତି, ଏସ୍‍.ନାରାୟଣ ଦୋରା, ଭବାନୀ ଗୌଡ, ଅନିଲ୍‍ ରାଉତ, ଟୁକୁନା ପରିଡା, ସୌମ୍ୟରଂଜନ ବିଶ୍ୱାଳ, ପ୍ରମିଳ ଦୋରା, ବ୍ରହ୍ମାନନ୍ଦ ନାୟକଙ୍କ ସମେତ ବହୁ କର୍ମଚାରୀ ରାତ୍ର ତମାମ କଠିନ ପରିଶ୍ରମ କରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ ପୂର୍ବକ ବିଦ୍ୟୁତ ସେବାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାରେ ସକ୍ଷମ ହୋଇପାରିଥିବା ଯୋଗୁଁ ସାଧାରଣରେ ଟାଟା ପାୱାର୍‍ କର୍ମଚାରୀଙ୍କ ଏହି ଉତ୍ସର୍ଗିକୃତ ସେବା ମନୋବୃତ୍ତିକୁ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ