ଚାରିଛକ ପ୍ରେସ କ୍ଲବର ବନ୍ଧୁମିଳନ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିକଟସ୍ଥ ଛଣିଜଙ୍ଗ ପଂଚାୟତ ଆମ୍ପୋର ସ୍ଥିତ ବାବା ହରିଶଙ୍କର ମହାଦେବ ଙ୍କ ପୀଠରେ ଚାରିଛକ ପ୍ରେସ କ୍ଲବ ତରଫରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କ୍ଲବର ଉପଦେଷ୍ଟା ପ୍ରାକ୍ତନ ଆଇଆରଏସ ଚନ୍ଦ୍ରକାନ୍ତ ଦଳେଇ, କାହ୍ନୁ ଚରଣ ବେହେରା, ପଣ୍ଡିତ ମୂରଲା ଧର ଭାରତୀ, ଅଧିନ ପାତ୍ର, ବନ ବିହାରୀ ଦାଶ, ଆଇନ୍ଜୀବୀ ରଜନୀ କାନ୍ତ ତ୍ରିପାଠୀ, ଶିକ୍ଷାବିତ ଶରତ କୁମାର ସେନାପତି, ବରିଷ୍ଠ ସାମ୍ବାଦିକ ମାନସ କୁମାର ଦାସ, ସ୍ତମ୍ଭକାର ସନ୍ତୋଷ ଦାଶ, ସଂପାଦକ ଡଃ. କେଦାରନାଥ ସାହୁ, ସହ-ସଂପାଦକ ସନ୍ତୋଷ ଦାସ,ସହ-ସଂପାଦକ ସୁବାସ ଚନ୍ଦ୍ର ସାହୁ, ସଂଗଠନ ସଂପାଦକ ବିଜୟ କୁମାର ବେହେରା, ସାମ୍ବାଦିକ ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ରାଜେଶ କୁମାର ଲେଙ୍କା, ବସନ୍ତ କୁମାର ମଲ୍ଲ, ଅଚ୍ୟୁତାନନ୍ଦ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ଦେବାଶିଷ ନାୟକ, ବିନୋଦ କୁମାର ପ୍ରଧାନ, ରଣଜିତ କାଣ୍ଡି, ପଙ୍କଜ କୁମାର ସ୍ବାଇଁ, ଗଦାଧର ସେଠ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ବାଦିକ ମାନେ ସବୁବେଳେ ନିର୍ଭିକ ଭାବେ ନିରପେକ୍ଷ ଓ ସତ୍ୟ ଖବର ପରିବେଷଣ କରିବା ସହିତ କଲମ ମୁନକୁ ମଜଭୁତ କରିବାକୁ କ୍ଲବ ର ଉପଦେଷ୍ଟା ମାନେ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ।


