ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-୧୦/୦୪:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଶୁକ୍ରବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ କେତେକ ମାନସିକ ଅନଗ୍ରସର ରୋଗୀଙ୍କୁ ବିଭାଗୀୟ ଅଭିଜ୍ଞ ଡାକ୍ତର ପରୀକ୍ଷା କରିଥିବା ବେଳେ ସେମାନଙ୍କୁ ଆରୋଗ୍ୟ ଯୋଗ୍ୟ ଟିପ୍ପଣୀ ଦେବା ଶହ ସେମାନଙ୍କ ପ୍ରମାଣପତ୍ର ପାଇବାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଥିଲା। ଶିବିରରେ ୮୦ଜଣ ହିତାଧିକାରୀ ପ୍ରମାଣ ପତ୍ର ପାଈଁ ଅଭିଯୋଗ କରିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରୋଜାଲିନ ବେହେରା ଙ୍କ ନେତୃତ୍ୱ ରେ ଆୟୋଜିତ ଶିବିରରେ ବ୍ଲକ ଅଧକ୍ଷା ଆରତୀ ନାଏକ ଅତିଥି ଭାବେ ଉପସ୍ଥିତ ରହି ଉଦୁଘାଟନ କରିଥିଲେ।ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଭିଜ୍ଞ ଡକ୍ଟର ଙ୍କ ମଧ୍ୟରେ ଡ଼ଃ ସୁଶୀଲ କୁମାର ନାୟକ, ଡ଼ଃ ଚନ୍ଦ୍ରଶେଖର ମହାପାତ୍ର, ଡ଼ଃ ସୁଜିତ କୁମାର ସାହୁ, ଡ଼ଃ ରବୀନ୍ଦ୍ର କୁମାର ଘଢ଼େଇ, ଡ଼ଃ ସମ୍ବିତ ପାତ୍ର, ଡ଼ଃ ଶାନ୍ତନୁ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଚିକିତ୍ସା କରିଥିଲେ। ଶିବିରରେ ମୋଟ ୮୦ଜଣ ହିତାଧିକାରୀଙ୍କ ମଧ୍ୟରୁ ଦୃଷ୍ଟିବାଧିତ ୧୩ଜଣ,ମେଡ଼ିସିନ ୦୨ଜଣ , ମାନସିକ ଅନଗ୍ରସର ୦୮ଜଣ  , ଅସ୍ଥିସଲ୍ୟ ୩୨ଜଣ , ଶ୍ରବଣ ବାଧିତ  ୨୫ଜଣ   ପରୀକ୍ଷା କରାଇଥିଲେ। ଅନ୍ୟ ପକ୍ଷରେ ପ୍ରଶାସନ କୁ ଭିନ୍ନକ୍ଷମ ବ୍ୟକ୍ତି ଟ୍ରାଇସାଇକେଲ, ହୁଇଲ ଚେୟାର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଦେବାକୁ ଦାବୀ କରିଥିଲେ ଭିନ୍ନକ୍ଷମ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ