ଚୋରାବାଲି ବୋଝେଇ ଟିପ୍ପର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଖଣି ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡା ଅଞ୍ଚଳରେ ଚୋରା ବାଲି ଚାଲାଣ କରାଯାଉଥିବା ବେଳେ ଏକ ଟିପ୍ପରକୁ ଜବତ କରାଯାଇଛି। ଜବତ ଟିପ୍ପରରୁ 4 ଲକ୍ଷ ଟଙ୍କାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। କୌଣସି ସୂତ୍ରରୁ ଏହି ଚୋରା ବାଲିଚାଲାଣ ଖବର ପାଇବା ସଙ୍ଗେ ସଙ୍ଗେ ଖଣି ବିଭାଗ ଅଧୂକାରୀ ଦିପେନ ପରିଡା ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ଟିପ୍ପରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟର ବାଲି ଚାଲାଣ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ନ ଥିଲା. ଟିପ୍ପର  ଚାଳକ ଟିପ୍ପରକୁ ଅଟକ ରଖାଯାଇ ୪ ଲକ୍ଷ ଟଙ୍କା ଜରିମାନା ଭରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଟିପ୍ପର ମାଲିକ ୪ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବା ପରେ  ଅଟକ ରଖାଯାଇଥିବା ଟିପ୍ପରକୁ ଛାଡିଦେଇଥିବା ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡ଼ା ସୂଚନା ଦେଇଛନ୍ତି। ଏହି ବାଲି କେ.ସୀତାପୁର ଅଞ୍ଚଳରୁ ବେତାଗୁଡା ସ୍ଥିତ ଏକ ସ୍ଥାନକୁ ବାଲିଚାଲାଣ ହେଉଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ