ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ ): ମୁନିଗୁଡାର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଗୃହ ପରିସରରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା କଲ୍ୟାଣୀ ପାଢ଼ୀଙ୍କ ଅଧକ୍ଷତା ଓ କ୍ରୀଡା ଶିକ୍ଷକ ଚତୁର୍ଭୁଜ ବୋନଛୋରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅଧକ୍ଷା ଶ୍ରୀମତୀ ପାଢ଼ୀ ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ କହିବା ସହ ୧୯୩୬ ମସିହା ଏପ୍ରିଲ ୦୧ରେ ଓଡ଼ିଶା ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ରତା ଲାଭ କରିଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଓଡ଼ିଆ ଭାଷା,ସଂସ୍କୃତି ଓ ସାହିତ୍ୟର ସମୃଦ୍ଧ ପରମ୍ପରାକୁ ସ୍ମରଣ କରି ଆମ ଶିକ୍ଷାନୁଷ୍ଠାନରେ ଆମେ ୯୦ତମ ସ୍ଵତନ୍ତ୍ର ପ୍ରଦେଶ ଦିବସ ତଥା ଉତ୍କଳ ଦିବସ ପାଳନ କରୁଛୁ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବଡ଼ବାବୁ ଜିତେନ୍ଦ୍ର ଗୌଡ଼,ଅଧ୍ୟାପକ ରମ୍ୟରଞ୍ଜନ ମିଶ୍ର,ଅଜୟ ପାତ୍ର,ଅଧ୍ୟାପିକା କୁମାରୀ ରିନା ଗାଇଗୌରିଆ, ପଦ୍ମାଳୟା ପଣ୍ଡା,ନିତିଷ୍ମା ସାହୁ,ତେଜସ୍ଵୀନି ଗୌଡ଼,ଜୟନ୍ତୀ ନାୟକ,ହର୍ଷିତା ସେଠୀ,ବବିତା ମେହେର ପ୍ରମୁଖଙ୍କ ସମେତ ଅନ୍ୟ ଅଧାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ,ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ ଏଥିସହ ଓଡ଼ିଆର ପରିଚୟ,ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଏବଂ ଓଡ଼ିଶା ପ୍ରଦେଶର ଅତୀତ ଏବଂ ବର୍ତ୍ତମାନର ଓଡ଼ିଶା ସ୍ଥିତି,ଓଡ଼ିଆ ଭାଷାର ପରିଚୟ,କ୍ରମବିକାଶ, ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ସାହିତ୍ୟର ଓ ପତ୍ର ପତ୍ରିକାର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଆମ ଓଡ଼ିଆ ସାହିତ୍ୟର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳ ମଣି ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ଅନ୍ୟାନ୍ୟ ମହାନ ବ୍ୟକ୍ତି ବିଶେଷଙ୍କ ପ୍ରୟାସ ଏବଂ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ବ କରି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପର୍ଯ୍ୟନ୍ତ ସମସ୍ତେ ନିରନ୍ତର ଭାବେ ନିଜ କଲମ ମୁନ ଶାଣିତ କରି ସେହି ସମୟରେ ଆମ ଭାଷାକୁ ବଞ୍ଚାଇ ରଖିଥିଲେ ଯାହା ଦ୍ୱାରା ଏହି ସ୍ବପ୍ନ ସାକାର ହୋଇଥିଲା ବୋଲି ପ୍ରକାଶ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ମଧ୍ୟ କିପରି ଓଡ଼ିଆ ଭାବରେ ଓଡ଼ିଆ ମାଟି ତଥା ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ସେନେଇ ମୂଲ୍ୟବାନ ଅଭିଭାଷଣ ଦେଇଥିଲେ। ସେହିପରି ବିଦ୍ୟାଳୟରେ ଭାଷଣ, ସଙ୍ଗୀତ,ଚିତ୍ରାଙ୍କନ,ଝୋଟି,କୁଇଜ୍ ଓ ନୃତ୍ୟ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଓଡ଼ିଆର ପ୍ରିୟ ପୋଷାକ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ଶେଷରେ ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ କରାଯାଇଥିଲା
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ