ସୋମନାଥ ହସ୍ପିଟାଲରେ ଚକ୍ଷୁ ବିଭାଗ ଉଦଘାଟିତ
ଗୁଣପୁର, (ୱାଇଏନଏସ) ସ୍ଥାନୀୟ ସୋମନାଥ ଚିକିତ୍ସାଳୟରେ ନୂଆ କରି ଚକ୍ଷୁ ବିଭାଗର ଶୁଭାରମ୍ଭ ହୋଇଛି । ଏହାକୁ ପ୍ରଥମେ ଗୁଣପୁର ବିଧାୟକ ùସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।। ଏହି ଅଵସରରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଓ ପୂର୍ବତନ ବିଜେଡି ନେତା ତଥା ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼,ଡାକ୍ତର ସୁକେଶ ଗୁଳିପାଲି ଚକ୍ଷୁ ଚିକିତ୍ସାଳୟର ପରୀକ୍ଷାଗାର ପରିଦର୍ଶନ କରିଥିଲେ। ଏଠାରେ ଚକ୍ଷୁ ବିଭାଗର ବ୍ୟାପକ ଚିକିତ୍ସା ମୋତିଆବିନ୍ଦୁ, ଗ୍ଲୁକୋମା, ରେଟିନା ରୋଗ ଏବଂ ଦୃଷ୍ଟି ଦୁର୍ବଳତା ଭଳି ଅବସ୍ଥାର ନିର୍ଣ୍ଣୟ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା କରାଯିବ ବୋଲି ଜଣାପଡିଛି। ସେହିପରି ଏଠାରେ ନିୟମିତ ଚକ୍ଷୁ ପରୀକ୍ଷା ଏବଂ ଅସ୍ତ୍ରୋପଚାର କରାଯିବ ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦେଶକ ରମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେହିପରି ଉକ୍ତ ଚିକିତ୍ସାଳୟରେ ଆୟୁଷମାନ ସ୍ବାସ୍ଥ୍ୟ ବୀମା କାର୍ଡ ସମେତ ସମସ୍ତ ସ୍ବାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ଚକିତ୍ସା ଉପଲବ୍ଧ ଅଛି ବୋଲି ପରିଚାଳନା ନିର୍ଦେଶକ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ଅନୁଷ୍ଠାନର ପରିଚାଳନା ନିର୍ଦେଶକଙ୍କ ମା ପଦ୍ମାବତୀ ପାତ୍ର, ଧର୍ମ ପତ୍ନୀ ସୁମିତା ପାଣିଗ୍ରାହୀ,ବଡ଼ ଭାଇ ରାଜେଶ କୁମାର ପାତ୍ର, ଯୁବ ବିଜେଡି ନେତା ରାମ ପଣ୍ଡା, ଯୁବ ବିଜେଡି ନେତା ରାଜେଶ ପଣ୍ଡା,ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଗୁଣପୁରରେ ଚକ୍ଷୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସରକାରୀ କିମ୍ବା ବେସରକାରୀ ଭାବେ କୌଣସି ସୁବିଧା ନଥିବାରୁ ଚକ୍ଷୁ ରୋଗୀଙ୍କୁ ପାରଳାଖେମୁଣ୍ଡି, ରାୟଗଡା, ଶ୍ରୀକାକୁଲମ, ବିଶାଖାପାଟଣା, ଭୁବନେଶ୍ୱର ଉପରେ ନିର୍ଭୟ କରିବାକୁ ପଡୁଥିଲା।


