ଅଖିଳ ଭାରତ କୃଷକ ସଭାର ପ୍ରତିଷ୍ଠା ଦିବସ

ନିମାପଡ଼ା,(ସନ୍ତୋଷ କୁମାର ଦାଶ):ଅଖିଳ ଭାରତ କୃଷ୍ଣକସଭା ନିମାପଡା ଆଂଚଳିକ କମିଟି ତରଫରୁ ନିମାପଡା ଠାରେ ଅଖିଳ ଭାରତ କୃଷକ ସଭା ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୧୧ ଏପ୍ରିଲ ୧୯୩୬ ମସିହାରେ ଉତ୍ତରପ୍ରଦେଶ ର ଲକ୍ଷ୍ନୌ ଠାରେ ସହଜାନନ୍ଦ ସରସ୍ଵତୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ କୃଷକ ମାନଙ୍କୁ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି କୃଷକ ନେତା ମାନେ କାରାବରଣ କରିଥିଲେ । ସ୍ବାଧୀନତା ପରେ କୃଷକ ସଭା, ଜମିଦାର ବିରୋଧ, ଇମାନଦାର, ଗଛ ମାଛ ରେ ଅଧିକାର, ଲଙ୍ଗଳ ଯାହାର ଜମି ତାହାର ଓ ରାଜା ମହାରାଜଙ୍କ ଭତ୍ତାକାଟ, ଭୂସଂସ୍କାର, ବ୍ୟାଙ୍କ ଜାତୀୟକରଣ, ଜଳସେଚନ, ଜଳନିସ୍କାସନ, କୃଷକମାନଙ୍କ ଉପରୁ କୃଷିଋଣ ଛାଡ ଆନ୍ଦୋଳନ ହୋଇଅଛି । ସ୍ଵାମୀନାଥନ କମିଶନ କୁ ରିପୋଟ କୁ କାର୍ଯ୍ୟକାରୀ କରିବା, କୃଷିଜାତ ଦ୍ରବ୍ୟର ଏମଏସପିକୁ ଆଇନ ପ୍ରଣୟନ କରିବା, ଧାନ କ୍ଵିଣ୍ଟାଲ ୫ ହଜାର ଟଙ୍କାକୁ ବୃଦ୍ଧିକରିବା, ସରକାରୀ ଧାର୍ଯ୍ୟଦରରେ ସମସ୍ତ ଧାନ କ୍ରୟ କରିବା, ଚାଷୀଙ୍କ ଠାରୁ କମଦର ରେ ଧାନ କିଣୁଥିବା ବେପାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ,୬୦ ବର୍ଷ ପରେ ସମସ୍ତ ଚାଷୀ , ଶ୍ରମିକ ମାନଙ୍କୁ ୬ ହଜାର ଟଙ୍କା ପେନ୍‌ସନ ଦେବା, ୩ଶହ ୟୁନିଟ ବିଜୁଳି ବିଲ ଛାଡ କରିବା, ବକେୟା କୃଷିଋଣ ଛାଡକରିବା, ନିମାପଡା ଉପଖଣ୍ଡ ଅଂଚଳରେ ଜଟ ବିହିନ ଅଣ୍ଡିରା ବାଛୁରୀ ମାନଙ୍କୁ ଗୋଶାଳାକୁ ସ୍ଥାନାନ୍ତରିତ କରିବା ଆଦି ଦାବୀ କରାଯାଇଛି । ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବରିଷ୍ଠନେତା ଦେବେନ୍ଦ୍ର ନାଥ ସାହୁ, ରାଜ୍ୟ କୃଷକନେତା ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ସନ୍ତୋଷ ବେହେରା, ପ୍ରଫୁଲ୍ଲ ସାହୁ, ମହେନ୍ଦ୍ର ବାରିକ, ଦଣ୍ଡପାଣି ସାହୁ, ବୈନ୍ଦ୍ର ପ୍ରଧାନ, ଶଙ୍କର ପରିଡା, କୈଳାଶ ଛାଟୋଇଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ