ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର
ପାରଳାଖେମୁଣ୍ଡି,ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସ୍ଥିତ ସଦଭାବନା ସଭାଗୃହରେ ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଗଜପତି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ଦୁଲାରାମ ମାରାଣ୍ଡି,ଡ଼ିଏସ ବାବୁଲା ବିଷୋୟୀ, ଜିପିଓ, ଡ଼ିଏସଏ, ବିଏସଏ, ଜିଆରଏସ, ପିଇଓ ଓ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ମନେରେଗା ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ବିବରଣୀ ପଠନ କରିବା ସହ ଭିବିଜି ରାମଜି ଅଧୀନରେ ଆଇଇସି କାର୍ଯ୍ୟକ୍ରମ ଆୟୋଜିତ ହୋଇ ସାଧାରଣ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ଗୁମ୍ମା ବ୍ଲକରେ କାର୍ଯ୍ୟରତ ଉଦ୍ୟାନ ବିଭାଗ,ଜଗଲ ବିଭାଗ,ଜଳ ବିଭାଗ ଓ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ଯୋଗ ଦେଇ ନିଜ ବିଭାଗରେ ହୋଇଥିବା ମନରେଗା କାର୍ଯ୍ୟର ବିବରଣୀ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସେହିପରି ସମସ୍ତ ଗ୍ରାମ ପଞ୍ଚାୟତ ସମିତିର ସମସ୍ତ ମନରେଗା କାର୍ଯ୍ୟର ସମୀକ୍ଷା କରିବା ସହ ପାଞ୍ଚାୟତ ଏବଂ ଲାଇନ ବିଭାଗର ସାମାଜିକ ସମୀକ୍ଷା ହୋଇନାହିଁ ତାହାକୁ ୭ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ମନେରେଗା କାର୍ଯ୍ୟ ପନ୍ଥା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଶ୍ରୀ ମାଝୀ। ସମସ୍ତ ମନରେଗା ପ୍ରକଳ୍ପର ଫଳକ ସରକାରଙ୍କ ନିୟମ ଅନୁସାରେ କରିବାକୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସମିତି ସଭ୍ୟ/ସରପଞ୍ଚ,କନିଷ୍ଟ ଯନ୍ତ୍ରୀ,ପିଇଓ,ଜିଆରଏସ୍,ଭିଆରପି,ଗାଁସାଥି ଓ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଏପିଓ ସୌମ୍ୟ ସୁଧାକର ତ୍ରିପାଠୀ,ରାକେଶ ସାହୁ,ସତ୍ୟଜିତ ବେହେରା, ଉପେନ୍ଦ୍ର ମାଛ ଓ ପ୍ରାଚୀ ବାବୁ ପରିଚାଳନା କରିଥିଲେ।


