ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡା ଥାନା ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଜଣେ ଯୁବକ ଙ୍କର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ସୁବାସ ଭୋଇ (୩୪) ଙ୍କ ଘର ପାଖରେ ସର୍ଭିସ ବିଦ୍ୟୁତ୍ ତାର ଖୁଣ୍ଟ ରୁ ଛିଡ଼ି ପଡ଼ି ତଳେ ପଡ଼ିଥିଲା । ସୁବାସ ତାର ଟିକୁ ଉଠାଉଥିବା ସମୟରେ ତାଙ୍କ ହାତରେ ବିଦ୍ୟୁତ୍ ପ୍ରବାହ ଲାଗି ଯାଇଥିଲା। ସେ ଘଟଣାସ୍ଥଳ ରେ ଅଚେତ ହୋଇ ପଡ଼ିଥିଲେ।ସ୍ଥାନୀୟ ଲୋକ ମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିମାପଡା ସାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ନିମାପଡ଼ା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ୫/୨୬ରେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି। । ଏହି ଘଟଣା ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତୁରନ୍ତ ମୃତ୍ୟୁ ବରଣ କରିଥିବା ଯୁବକ ଙ୍କ ପରିବାର କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


