ନୂଆପାଟଣା ଗ୍ରାମରେ ଝାମୁଯାତ୍ରା
କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):ନିଳକଣ୍ଠପୁର ଗ୍ରାମପଞ୍ଚାୟତର ନୂଆପାଟଣା ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପାଟଣା ଗ୍ରାମର ମା’ମଙ୍ଗଳା ସିଦ୍ଧ ପୀଠ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ପଣାସଂକ୍ରାନ୍ତୀ ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ପ୍ରଥମେ କାକଟପୁର ମା’ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଏହି ଝାମୁଯାତ୍ରା ଆରମ୍ଭ ହୋଇଥିଲା। ପାଟୁଆମାନେ ନିଆଁରେ ଚାଲିବା ପରେ ଦଣ୍ଡନାଚ କରିଥିଲେ। ଗ୍ରାମବାସୀମାନଙ୍କ ସହଯୋଗ ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ଶହ ଶହ ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇଥିଲେ।


