ଭାରତ ସ୍କାଉଟ ଏଣ୍ଡ ଗାଇଡ୍ସ ପକ୍ଷରୁ ପଣା ବଣ୍ଟନ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକର ବି.କରଡ଼ାବାଡ଼ି ଗ୍ରାମର ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ର ଭାରତ ସ୍କାଉଟ ଏଣ୍ଡ ଗାଇଡ୍ସ ଶାଖା ପକ୍ଷରୁ ବାଟୋଇ ମାନଙ୍କୁ ପଣା ବଣ୍ଟନର ବ୍ୟବସ୍ଥା କାରାଯାଇଥିଲା। ସ୍କାଉଟ ମାଷ୍ଟର ସିଦ୍ଧାନ୍ତ କୁମାର ରାଉତ ଓ ଗାଇଡ୍ସ କ୍ୟାପେଟନ ବଙ୍ଗାଳି ମୁଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସ୍କାଉଟ ଏଣ୍ଡ ଗାଇଡ୍ସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ପଣା ପ୍ରଦାନ କରିଥିଲେ। ସ୍କାଉଟ ଏଣ୍ଡ ଗାଇଡ୍ସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଥିଲେ।


