ଶିକ୍ଷା ବିଭାଗ ତରଫରୁ ରକ୍ତଦାନ ଶିବିର

ସିନାପାଲି,(ଲିଲାମ୍ବର ନାଗ):ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ରବିବାର ଏକ ଭବ୍ୟ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ୧୬ଟି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ରକ୍ତଦାତା ମିଶି ସମୁଦାୟ ୭୫ ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ l ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଡ଼ିଓ କର୍ମୀ ଓରାମ, ମେଡିକାଲ ଅଫିସର ଶ୍ରୀମାନ ସାହୁ, ଡାକ୍ତର ନୈମିଶ ସା, ଏବିଇଓ ପ୍ରଦୀପ ପଣ୍ଡା, ଓଷ୍ଟାର ଜିଲ୍ଳା ସମ୍ପାଦକ ରଵିନ୍ଦ୍ରନାଥ ଯୋଷୀ, ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରି ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ମନୋରଞ୍ଜନ ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ଶିକ୍ଷକ ସଂଘ ସମ୍ପାଦକ ବାଲାଜୀ ହରିଜନ, ସିଅରସିସି ସଂଘ ସଭାପତି ଜଗଦୀଶ ତାଣ୍ଡି ସମେତ ସିଅରସିସି ବଂଶୀଧର ଜଗତ, ବିଭୁତି ମେହେର, ଦୁର୍ଯ୍ୟୋଧନ ମାଝୀ, ଉପେନ୍ଦ୍ର ସୁନାନୀ, ଭୀଷ୍ମରାଜ ମେହେର, ଖଗେଶ୍ୱର ବାଗ, ମହେନ୍ଦ୍ର ବାଗ, ପ୍ରଦୀପ ନାଏକ, ରାଧେଶ୍ୟାମ ସୁନାନୀ, ଯାଜ୍ଞଶ୍ୱର ମେହେର, ସଞ୍ଜୟ ବୈଠାରୁ, ଭୀମସେନ ମେହେର, ହେତୁରମ ମେହେର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ l ସେଇପରି ଗୌତମ ମେହେର, ପ୍ରେମାନନ୍ଦ ମେହେର, ପଙ୍କଜିନୀ ତାଣ୍ଡି, ପ୍ରତିଶ୍ବରୀ ପାତ୍ର, ସତ୍ୟରୁପା ଯୋଷୀ, ଝରଣା ସାଗର ଦୁରିଆ, ଜୟଶ୍ରୀ ସ୍ୱାଇଁ, ସୁରଭି ପଣ୍ଡା, ବେଲମତି ଧରୁଆ, ସାନୁର୍ଯ୍ୟ ମେହେର, ରମେଶ ମେହେର,ପ୍ରସନ୍ନ ସାହୁ, ହରେକୃଷ୍ଣ ମେହେର, ସନ୍ତୋଷ ବନ୍ଦୀଛୋର, କ୍ଷଣସୁନ୍ଦର ମେହେର, ଗୁପ୍ତେଶ୍ୱର ମାଝୀ, ସୁନୀଲ ହେର୍ଣ୍ଣା, ଗିରିଧାରୀ ମେହେର ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ, ବିଇଓ ଅଫିସ କର୍ମଚାରୀ ଓ ସ୍ଥାନୀୟ ପିଏମଶ୍ରୀ ହାଇସ୍କୁଲ ଷ୍ଟାଫ ସହଯୋଗ କରିଥିଲେ l ସିନାପାଲି ଶିକ୍ଷା ବିଭାଗର ଏପରି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ବିଭାଗ ତରଫରୁ ଆଗାମୀ ଦିନରେ ଶିକ୍ଷା, ସାହିତ୍ୟ, ସେବା ଆଦି କ୍ଷେତ୍ରରେ ଏଭଳି ଆୟୋଜନ ସବୁ ଜାରି ରହିବ ବୋଲି କୁହାଯାଇଛି l ରକ୍ତ ସଂଗ୍ରହରେ ଜିଲ୍ଳା ମେଡିକାଲରୁ ଆସିଥିବା କିରଣ ସିଂ ଧରୁଆ, ଘନଶ୍ୟାମ ପଧାନ, ଲିଙ୍ଗେଶ୍ୱର ଦାସ, ହେତୁରାମ ହଂସ, ଜୟନ୍ତ ସାହୁ, ମୋତି ଦଣ୍ତସେନା ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ