ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଆସିକା  (ୱାଇଏନ୍‍ଏସ୍‍): ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ଚିନିଶିଳ୍ପ ନୂଆଗାଁ ସ୍ଥିତ ସମବାୟ ଚିନିଶିଳ୍ପ ସମ୍ମୁଖରେ କେଉଁ ଆବାହମାନ କାଳରୁ ପୁଜାପାଇ ଆସୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଗାମୀ ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଚିନିଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରର ପୂଜକ ଲମ୍ବୋଦର ପଣ୍ଡା ଓ ଶରତ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ଚିନିଶିଳ୍ପ ନୁଆଗାଁ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଚିିନିକଳର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ରଥ ନିର୍ମାଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାବନପୁର ଗ୍ରାମର ବିଶ୍ୱକର୍ମା କାରିଗର ଭଗବାନ ମହାରଣା, ଆଧ୍ୟାତ୍ମିକପ୍ରେମୀ ସନ୍ତୋଷ କୁମାର ମଲିକ, ଚିତ୍ତ ଚିନ୍ମୟ ରଂଜନ ନାୟକ, ଅକ୍ଷୟ କୁମାର ସ୍ୱାଇଁ, ଦିଲୀପ କୁମାର ସ୍ୱାଇଁ, ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ଇଂ ଅରୁଣ କୁମାର ପାତ୍ର, ରାମଚନ୍ଦ୍ର ଶତପଥୀ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଦୁଷ୍ମନ୍ତ କୁମାର ପାଢୀ, ଜୟରାମ ଯାଦବ, ଶ୍ରୀପାଳୀ ସୁନ୍ଦର ଦାଶ, ବାଇଧର ନାହାକ, କୃଷ୍ଣଚନ୍ଦ୍ର ଲେଙ୍କା, ଦାମୋଦର ସିୟ, ଲମ୍ବୋଦର ସାବତ, ବିଜୟ କୁମାର ବେହେରା, ହରିହର ମହାରଣା, ସଂଜୟ କୁମାର ଷଡଙ୍ଗୀ, ବୈଲୋଚନ ଗୌଡ, ଜ୍ୟୋତିର୍ମୟ ରାଉତ, ରାଧାମାଧବ ନାହାକଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ, ସମବାୟ ଚିନିଶିଳ୍ପର କର୍ମଚାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଚଳିତବର୍ଷ ଜୁଲାଇ ମାସ ୧୬ ତାରିଖ ଗୁରବାର ଦିନ ମହାପ୍ରଭୂଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ମାହେନ୍ଦ୍ର ବେଳାରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରରେ ଦାରୁବ୍ରହ୍ମଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ