ଚୋରି ମୋବାଇଲ ପ୍ରକୃତ ମାଲିକଙ୍କୁ ଫେରାଇଲା ପୋଲିସ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ଯାଇଥିବା ୪୭ଟି ମୋବାଇଲକୁ ବିଭିନ୍ନ ସମୟରେ ପୋଲିସ ଜବତ କରିଥିଲା। ଆଜି ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଜବତ ହୋଇଥିବା ମୋବାଇଲ ଗୁଡିକୁ ତା’ର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଛନ୍ତି। ମୋବାଇଲ ଫେରି ପାଇବାର ଆଶା ହରାଇବସିଥିବା ଲୋକମାନେ ମୋବାଇଲ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏସପି କହିଛନ୍ତି ଯେ ମୋବାଇଲ ଚୋରି ହୋଇଥିବା ଲୋକମାନେ ସଂପୃକ୍ତ ଅଞ୍ଚଳର ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ପାଇବା ପରେ ଏ ନେଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ପରେ ବିଭିନ୍ନ ଘଟଣାରେ ଗିରଫ ହୋଇଥିବା ଚୋରଙ୍କ ନିକଟରୁ ମୋବାଇଲ ଗୁଡିକ ଜବତ ହୋଇଥିଲା। ଫଳରେ ମୋବାଇଲଗୁଡିକର ପ୍ରକୃତ ମାଲିକମାନଙ୍କୁ ମୋବାଇଲ ଗୁଡିକ ଆଜି ହସ୍ତାନ୍ତର କରାଯାଇଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସଦର ଥାନା ଅଞ୍ଚଳର ଇ. ଅଜୟ କୁମାର ବେହେରା, ବୈକୁଣ୍ଠ ପାତ୍ର, କୁଦାନଗରୀ ଥାନା ଅଞ୍ଚଳର ଆଶିଷ ମହାପାତ୍ର, କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର କେଶବ ନାୟକ, ପରଭେଜ ଜୱାନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଅମରଜିତ ସାମନ୍ତରାୟ, ମାର୍ଶଘାଇ ଥାନା ଅଞ୍ଚଳର ସୁଦର୍ଶନ ରାଉତ, ଲାଲୁ ପ୍ରସାଦ ବିଶ୍ୱାଳ, କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ସତ୍ୟଜିତ ମହାପାତ୍ର, ଆଳି ଥାନା ଅଞ୍ଚଳର ସୌଭାଗ୍ୟଲକ୍ଷ୍ମୀ ଷଡ଼ଙ୍ଗୀ, ସମ୍ବିତ କବି, ମାନସ କୁମାର ବେହେରା, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ହିମାଂଶୁ କୁମାର ବେହେରା, ଗାୟତ୍ରୀ ସାହୁ, ମହାକାଳପଡ଼ା ଥାନା ଅଞ୍ଚଳର ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ୪୭ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ଚୋରି ଯାଇଥିବା ମୋବାଇଲ ଗୁଡିକୁ ଆଜି ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସୁଧାକର ସାହୁ, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ଟାଉନ୍ ଥାନା ଅଧିକାରୀ ଶୁଭେନ୍ଦୁ ସାହୁଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କୁ ମୋବାଇଲ ଫେରି ପାଇବାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ