ନାଉଗାଁ ପଂଚାୟତ ସମିତିର ନବମ ଅଧିବେଶନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ପଂଚାୟତ ସମିତିର ନବମ ଅଧିବେଶନ ବୁଧବାର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଉକ୍ତ ଅଧିବେଶନକୁ ପରିଚାଳନା କରିଥିଲେ। ଘୋଡାଂଶ ପଂଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ ପୂର୍ବ ଅଧିବେଶନରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଦାବି ଉପସ୍ଥାପନ କରାଯାଉଛି, ତାହା କୌଣସି କାର୍ଯ୍ୟକାରୀ କରାଯାଉନାହିଁ।ଯାହାଫଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ। ସେହିପରି ପଂଚାୟତ ପ୍ରତିନିଧିମାନଙ୍କୁ ବ୍ଳକ ପ୍ରଶାସନ ସହଯୋଗ କରୁ ନଥିବା ପଂଚାୟତ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ। ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ନଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯାଉଥିବା ବଛାଳୋ ପଂଚାୟତ ସମିତି ସଭ୍ୟ ଚନ୍ଦନ ଲେଙ୍କା ଅଭିଯୋଗ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କମିଟି ଗଠନ କରାଯାଇ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। ଅଲଣା ପଂଚାୟତକୁ ଆଦର୍ଶ ପଂଚାୟତ ରୂପେ ମାନ୍ୟତା ମିଳିଥିବା ବେଳେ ଉକ୍ତ ପଂଚାୟତରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ବାହାର ଠିକାଦାର କରୁଥିବା ସରପଂଚ ଚନ୍ଦ୍ରମଣୀ ବେହେରା ଅଭିଯୋଗ କରିଥିଲେ। ବିଡିଓ ନିରଞ୍ଜନ ପରିଡା ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ସାଂସଦ ନିର୍ଦ୍ଦେଶ ଦେଇଥିଲେ। ଗଙ୍ଗଦାହାଟକୁ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରିବାକୁ ଉପାଧ୍ୟକ୍ଷ ସୁଜିତ ପୁହାଣ ଦାବି କରିଥିଲେ। ରାସ୍ତା ନିର୍ମାଣ ପାଇଁ ତହସିଲ ପକ୍ଷରୁ ସ୍ଥାନ ନିରୁପଣ କରାଯିବ। ସ୍ଥାନ ନିରୁପଣ ପରେ ରାସ୍ତା ନିର୍ମାଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏସଡିଓ ମଂଜୁଲତା ଟୁଡୁ କହିଥିଲେ। ସ୍ଥାନ ନିରୁପଣ ବିଳମ୍ବ ଯୋଗୁ ରାସ୍ତା ନିର୍ମାଣ ହୋଇ ପାରି ନଥିବା କହିଥିଲେ। ଏପ୍ରସଙ୍ଗରେ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା ଯଥା ଶୀଘ୍ର ସ୍ଥାନ ନିରୁପଣ କରାଯିବ ବୋଲି କହିଥିଲେ। ବିଦ୍ୟାଳୟ ମାନଙ୍କରେ ଥିବା ଅସୁରକ୍ଷିତ ଗୃହ ଭାଙ୍ଗିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ଅର୍ଥାଭାବ ଯୋଗୁ ତାହା ଭଙ୍ଗା ଯାଇ ପାରୁ ନଥିବା ବ୍ଳକ ଶିକ୍ଷାଧିକାରି ଦିଲ୍ଲିପ କୁମାର ବଡପଣ୍ଡା ଅଭିଯୋଗ କରିଥିଲେ। ଶେଷରେ ପାନୀୟ ଜଳ, ଶିକ୍ଷା, ଗମନାଗମନ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅଧିବେଶନ ପ୍ରାରମ୍ଭରେ ଭାରାପ୍ରାପ୍ତ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର ପୂର୍ବ ବିବରଣୀ ପାଠ କରିଥିଲେ। ଶେଷରେ ବିଡିଓ ନିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ସାଂସଦଙ୍କ ବିଭୁପ୍ରସାଦ ତରାଇ, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା,ଏବିଡିଓ ଦିନେଶ ରାୟ ଆଦି ଉପସ୍ଥିତ ଥିଲେ। ଉକ୍ତ ଅଧୀବେଶନରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ,ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ