ଛେନାପଦି-ହଦଗଡ଼ ରାସ୍ତାରୁ ଜବରଦଖଲ ଉଛେଦ ଦାବି

ହାଟଡିହି (ଓ୍ବାଇଏନଏସ) : ଛେନାପଦି – ହଦଗଡ଼ ରାସ୍ତାରୁ ଜବରଦଖଲ ଉଛେଦ ପାଇଁ ହଡ଼ଗଡ଼ ପଞ୍ଚାୟତ ବାସୀ ଦାବି କରିଛନ୍ତି।  ହଦଗଡ ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାଇ ହବଗଡ ଠାରୁ ଛେନାପବି ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଉଛି। ହଡ଼ଗଡ଼ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ସାରା ରାଜ୍ୟରେ ମାନ୍ୟତା ପାଇଥିବା ବେଳେ ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଏହା ବାଦ ହଦଗଡ ଠାରେ ପିଏମଶ୍ରୀ ନବୋଦୟ ବିଦ୍ୟାଳୟ ଓ ହଦଗତ ମେଡିକାଲ ସଲଗ୍ନ ହୋଇ ରାସ୍ତାଟି ଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । ନବୋଦୟ ବିଦ୍ୟାଳୟର ଅଧୟନରତ ଛାତ୍ର ଛାତ୍ରୀ ଭକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ନବୋଦୟ ବିଦ୍ୟାଳୟ ଓ ହଦଗଦ ମେଡିକାଲ ନିକଟରେ କିଛି ଲୋକ ରାସ୍ତାକୁ ଜବରଦଖଲ କରି ରଖିଥ‌ିବାରୁ ରାସ୍ତାଟି ବହୁ ସଂକିର୍ଣ୍ଣ ହୋଇଛି । ତେଣୁ ପର୍ଯ୍ୟଟନ ସ୍ଥଳି ହଦଗତର ଗାରିମାରେ ଆଞ୍ଚ ଆସିବା ସହିତ ନବୋଦୟ ବିଦ୍ୟାଳୟ ଓ ହଦଗତ ମେଡିକାଲ କୁ ଆସୁଥିବା ଛାତ୍ର ଛାତ୍ରୀ, ଅଭିଭାବକ ଓ ରୋଗୀ ମାନଙ୍କୁ ବହୁ ଅସୁବିଧା ର ସମ୍ମୁଖିନ ହେବାକୁ ପଢୁଛି । ଏଣୁ ସମସ୍ତ ପ୍ରକାର ଅବରୋଧକୁ ଉଚ୍ଛେଦକରି ସରକାରଙ୍କ ପ୍ଲାନ ଓ ଏଷ୍ଟିମେଟ ମୁତାବକ ରାସ୍ତା କାମ କରାଯାଉ । ଆସନ୍ତା ୨୮ତାରିଖ ସୁଧା ରାସ୍ତାରୁ ଜବରଦଖଲ ରଚ୍ଛଦ ନହେଲେ ୨୯ ତାରିଖ ଦିନ ହଦଗତ ପଞ୍ଚାୟତବାସୀ   ରାସ୍ତା କାମ ବନ୍ଦ କରିବା ସହ  ହଦଗଜ ନିକଟରେ ଗଣଧାରଣାରେ ବସିବାକୁ ବାଧ୍ୟହେବୁ ବୋଲି ଜୟନ୍ତୀ ନାଏକ, ଅମର କୁମାର ରାଉତ, ସବିତା ଦେହୁରୀ, ଝରଣା ପରିଡା, ଅଭୟ ରାଉତ, ରଣଜିତ ରାଉତ, ମନୋରଞ୍ଜନ ପରିଡା, କାଞ୍ଚନ ନାଇକ, ସଞ୍ଜୁଲତା ନାଏକ, ସରସ୍ବତୀ ନାଏକ, ରୁଜି ନାଏକ ପ୍ରମୁଖ ଦାବି କରିଛନ୍ତି। ଏନେଇ ସେମାନେ ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ସାଂସଦ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠିଦ୍ୱାରା ଜଣାଇ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ