ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମୀକ୍ଷା କଲେ ଜିଲ୍ଲାପାଳ

 ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି   ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର( ସିଏଚ ସି)  ଗୁଡିକ ରେ ଗର୍ଭବତୀ ମହିଳା ପ୍ରସୂତି ସଂଖ୍ୟା ହାର କାହିଁକି କମ ରହୁଛି ତାହା ଉପରେ ଅଧିକ ଫୋକସ ଦେଇଥିଲେ l ଅଧିକ ରୁ ଅଧିକ ସଚେତନତା କରି ଏହାର କିପରି ବୃଦ୍ଧି ସେଥିପାଇଁ ଗୁରୁତ୍ୱ ଦେବାକୁ ସେ କହିଥିଲେ l ସେହିପରି ଟୀକାକରଣ, ବନ୍ଧ୍ୟାକରଣ, ମମତା ଦିବସ, ନିରୀକ୍ଷଣ ଯୋଜନାର ସହିତ  ଲୋକଙ୍କୁ ସ୍ୱାସ୍ଥ୍ୟ ସେବା କିପରି ସଠିକ ସମୟ ରେ  ପ୍ରଦାନ କରାଯିବ ଏବଂ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ସ୍କିମ ବିଷୟରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ l   ସୁରକ୍ଷିତ ମାତୃତ୍ୱ ପାଇଁ ଗଞ୍ଜାମ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇ ନିରୀକ୍ଷଣ ଯୋଜନା କାର୍ଯ୍ୟକାରୀ କରାଯାଇଛି l ଜଣେ ଗର୍ଭବତୀ ତିନି ଥର ମାଗଣାରେ ନିଜର ଅଲଟ୍ରାସାଉ କରିପାରିବ ବୋଲି କୁହାଯାଇଛି ।  ରାଜ୍ୟରେ ପ୍ରଥମେ ଏହି ଗଞ୍ଜାମ ଜିଲାରୁ ଆରମ୍ଭ ହୋଇଥିଲା ।  ଏବେ ଗଞ୍ଜାମ ଜିଲ୍ଲା ରୋଲ ମୋଡେଲ ପାଲଟିଛି  l  ଏପରିକି ଆଗାକୁ ମଧ୍ୟ ଜିଲାରେ ଆରମ୍ଭ ହେବାକୁ ଯାଉଛି ନିରକ୍ଷଣ ସାଥି । ଏହା ଆସନ୍ତା ୨୭ ରେ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ କହିଥିଲେ । ପୂର୍ବରୁ ମାଗଣାରେ ଅଲଟ୍ରାସାଉ ପ୍ରଦାନ କରାଯାଉଥିଲା । ଏବେ ଦୁର୍ଗମ ଅଚଂଳରେ ରହୁଥିବା ଗର୍ଭବତୀ ମାନେ ଯେପରି ସହଜରେ ଏବଂ ବିନା ମୂଲ୍ୟରେ ଡାକ୍ତରଖାନା ପହଂଚିବେ ସେଥିପାଇଁ ନିରକ୍ଷଣ ସାଥୀ ନାମକ ଏକ ଆପ ପ୍ରସ୍ତୁତ କରାଯାଇଛି ।    ଜିଲାରେ ଏବେ ପ୍ରଥମ ପ୍ରର୍ଯ୍ୟାୟରେ ଦୁର୍ଗମ ଅଚଂଳ ପାତ୍ରପୁର,ଧରାକୋଟ,ସୋରଡା ଭଳି ବ୍ଲକର ୨୫୦ଟି ଦୁର୍ଗମ ଗାଁ ଏହାର ଲାଭ ନେଇପାରିବେ l ଯାହାକି ଏହା ଯୋଜନା ଦୁର୍ଗମ ଅଚଂଳ ପାଇଁ ବରଦାନ ସାଜିବ । ଜିଲାରେ ଏହି ସବୁ  ଅଚଂଳରେ  ଗର୍ଭବତୀମାନେ ମେଡିକାଲ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏପରିକି ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁନଥିଲା । ସେଠାରେ ଏବେ ନିକଟରେ ଥିବା ଅଟୋ କିମ୍ବା ଯାତ୍ରୀବାହୀ ଗାଡି ଏହି ସେବା ଯୋଗାଇବ । ଗାଡି ଭଡା  ଜିଲା ପ୍ରଶାସନ ରେଡକ୍ରସ ପାଣ୍ଠି ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।     ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଭବାନୀ ଶଙ୍କର ମିଶ୍ର, ଡିପିଏମ ବୁଲୁନାଥ ସାହୁ,  ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ଵମ୍ବର ବେହେରା, ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଙ୍କ ସମେତ ଜିଲ୍ଲା ର ସମସ୍ତ ପିଏଚଇଓ, ବିପିଏମ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଅଧିକ୍ଷିକ ମାନେ ଉପସ୍ଥିତ ଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ