ବସନ୍ତିଆରେ ଆଖଣ୍ଡଳମଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ବଜାର ଠାରେ ଆଖଣ୍ଡଳମଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅଙ୍କୁରାରୋପଣ ଓ ଶୁଭାଧିବାସ ଏବଂ ରବିବାର ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡହାଟ ପୁଷ୍କରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାର୍ଚ୍ଚନା ହୋଇଥିଲା । ସରୋଜ କୁମାର ପଣ୍ଡା, ଅମିତା ପଣ୍ଡା, ଦିଲୀପ କୁମାର ସାହୁ, ନିରୁପମା ସାହୁ କଳସ ଧାରଣ କରିଥିଲେ । ପୂଜକ ଯୋଗେନ୍ଦ୍ର ପଣ୍ଡା, ଗଙ୍ଗାଧର ତିଆଡି, ଲିପୁନ ପଣ୍ଡା, ବାବାଜି ତିଆଡି ପୂଜା କାର୍ଯ୍ୟ ସମ୍ପଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ କୁମାର ପଣ୍ଡା, ବସନ୍ତ କୁମାର ବେହେରା, ରାଜେଶ କୁମାର ସାହୁ, ସୁଦର୍ଶନ ସାହୁ, ନିରୋଦ କୁମାର ଦାସ, ରଜତ କୁମାର ମଇକାପ, କୃଷ୍ଣ ଚନ୍ଦ୍ର ଶଂଖୁଆ, ଅପର୍ତ୍ତି ଦାସଙ୍କ ସମେତ ବସନ୍ତିଆ ବଜାର କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ବସନ୍ତିଆ ବଜାର ଠାରେ ଦୀର୍ଘ ୭୫ ବର୍ଷ ହେବ ବାବା ଆଖଣ୍ଡଳମଣି ଅସ୍ଥାୟୀ ଭାବେ ପୂଜା ପାଇଆସୁଥିଲେ । ଏବେ ବସନ୍ତିଆ ବଜାର କମିଟିର ସଦସ୍ୟ, ବ୍ୟବସାୟୀ ଏବଂ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଏହି ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି ।


