ପ୍ରଶାସନିକ ଅଧିକାରୀଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଲାହାଖଣ୍ଡ ଭରତପୁରର ଜମିଦାର ପରିବାର ଅବସରପ୍ରାପ୍ତ ଯୁଗ୍ମଶାସନ ସଚିବ ତଥା ଓଡିଶା ସଚିବାଳୟ ସେବା ସଙ୍ଘର ପ୍ରାକ୍ତନ ସଭାପତି ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସମାଜସେବୀ ସ୍ନେହଲତା ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଭରତପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଉପଶାସନ ସଚିବ ତଥା ସଚିବାଳୟ ସେବା ସଙ୍ଘର ପୂର୍ବତନ ଉପସଭାପତି ଗୈାରପ୍ରସାଦ ଦାସ, ପ୍ରାକ୍ତନ ଅନୁଶାସନ ସଚିବ ପ୍ରମୋଦ କୁମାର ଶତପଥୀ, ସଚିବାଳୟ ସେବା ସଙ୍ଘର ପୂର୍ବତନ ସଭାପତି ତାପସ କୁମାର ସାହୁ, ଅଶୋକ କୁମାର ବେହେରା, ମନୋରଞ୍ଜନ ବିଶ୍ୱାଳ, କେଶବ ଚନ୍ଦ୍ର ସାହୁ, ଆଦିକନ୍ଦ ସାମନ୍ତରାୟ, ଶୁଶ୍ରୁଷା ସ୍ୱେଛାସେବୀ ସଂଗଠନର ସାଧାରଣ ସମ୍ପାଦିକା ତନୁଜା ଦାସ, ଜୀତେନ୍ଦ୍ର ରଥ, ସରୋଜ କୁମାର ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତା ସ୍ନେହଲତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଚରଣ ପାତ୍ର, ସାଧାରଣ ବରିଷ୍ଠ ନାଗରିକ ବିକାଶ ମଞ୍ଚର ସମ୍ପାଦକ ପିତାମ୍ବର ବିଶ୍ୱାଳ, ପୂର୍ବତନ ଅତିରିକ୍ତ ଶାସନସଚିବ ପୂର୍ବତନ ସଭାପତି ସଚିବାଳୟ ସେବାସଙ୍ଘ ଚିତ୍ତରଞ୍ଜନ ହୋତା, ଚିତ୍ତରଞ୍ଜନ ପ୍ରହରାଜ, ପୂର୍ବତନ ଉପଶାସନ ସଚିବ ବିଘ୍ନରାଜ ସାହୁ, ସଚିବାଳୟ ସେବା ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ କୃଷ୍ଣ ପ୍ରସାଦ ମହାପାତ୍ର,ବରିଷ୍ଠ ନାଗରିକ ବିକାଶ ମଞ୍ଚ,ଭୁବନେଶ୍ୱରର ସଭାପତି ସିରିଶ କୁମାର ଦାସ ପ୍ରମୁଖଙ୍କ ସମେତ ଓଡିଶା ସଚିବାଳୟର ସେବା ସଙ୍ଘ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ପ୍ରକାଶ କୁମାର ଦାସ, ସୁଧାଂଶୁ କୁମାର ଦାସ, ଶୁକାନ୍ତ ଦାସ, ସଞ୍ଜୟ କୁମାର ଦାସ ପ୍ରମୁଖ ୫ଶହରୁ ଅଧିକ ଲୋକ ଯୋଗଦେଇ ସ୍ୱର୍ଗତା ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ସେ ଶୁଶ୍ରୁଷା ସ୍ୱେଛାସେବୀ ଅନୁଷ୍ଠାନର ସଭାପତି ଭାବେ ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ସେବା ଓ ତ୍ୟାଗର ଯେଉଁ ନିଦର୍ଶନ ସୃଷ୍ଟି କରିଦେଇ ଯାଇଛନ୍ତି ତାର ପଟାନ୍ତର ନାହିଁ ବୋଲି ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।


