ମା’ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):   ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ  କୁରୁବୁଲି ଗ୍ରାମରେ  ମା’ କାଳୁଆ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବୈଶାଖ ଶୁକ୍ଳ ଏକାଦଶୀ ତିଥି ସୋମବାର ଠାରୁ ଶୁଭାରମ୍ଭ ହୋଇଛି । ଗ୍ରାମରେ ବହୁ ପୁରାତନ କାଳରୁ ମା’ କାଳୁଆ ଠାକୁରାଣୀ ପୂଜା ପାଇ ଆସୁଥିଲେ ମଧ୍ୟ ମନ୍ଦିର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ମନ୍ଦିରର ପୁନରୁଦ୍ଧାର କରାଯାଇ ନୂତନ ମନ୍ଦିର ତୋଳିଥିଲେ ।  ମା’ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଅନୁଷ୍ଠିତ ମହାଯଜ୍ଞ ରେ  ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ସୋମବାର ସକାଳୁ ଗ୍ରାମର ୩ ଶହରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ସାମିଲ ହୋଇ ପଣ୍ଡିତ ରାଜେନ୍ଦ୍ର ଦାସଙ୍କ ପୈାରହିତ୍ଯରେ ନିକଟସ୍ଥ ଘୋଡାହାଡ ନଦୀରୁ ପୂର୍ଣକଳସ ମସ୍ତକରେ ଧରି  ବିରାଟ ଶୋଭାଯାତ୍ରା ରେ ବାହାରି   ମନ୍ଦିରରେ ପହଞ୍ଚିବା ପରେ ଦୀକ୍ଷା ଗ୍ରହଣ , ଅଙ୍କୁରାରୋପଣ , ମଣ୍ଡଳାଧିବାସ , ନାମଯଜ୍ଞ , ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞକୁଣ୍ଡ ସମ୍ମୁଖରେ କର୍ତ୍ତା ରୂପେ ସ୍ଥାନୀୟ ସରପଞ୍ଚ ସସ୍ମିତାରାଣୀ ଗୌଡ଼, ସ୍ବାମୀ ସିମାଞ୍ଚଳ ଗୈାଡ  ଏବଂ ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ ତାଙ୍କ ସହଧର୍ମିଣୀ ପରିଣୀତା ପାଣିଗ୍ରାହୀ ଆସନ ଅଳଙ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ମହାଯଜ୍ଞର ପ୍ରଥମ ଦିବସରେ  ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଯୋଗଦେଇ ମା’ ଙ୍କ ପୂଜାର୍ଚ୍ଚନା କରିବା ସହ  ଗ୍ରାମବାସୀଙ୍କ ମଙ୍ଗଳ କାମନା  କରି ଫେରିଥିଲେ । ଆସନ୍ତା ବୈଶାଖ ପୂର୍ଣ୍ଣମୀ ତିଥି ଶୁକ୍ରବାର  ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପଣ୍ଡିତ ରାଜେନ୍ଦ୍ର ଦାସଙ୍କ ନେତୃତ୍ୱରେ ପୁରୋହିତ ସୁଧାଂଶୁ ଶେଖର କର , ଗୋପୀନାଥ କର , ବିଧାନ କର ମହାଯଜ୍ଞ ପରିଚାଳନା କରୁଥିବା ବେଳେ  ସଭାପତି ସିମାଞ୍ଚଳ ଗୈାଡ , ସମ୍ପାଦକ ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସାମାଜିକ କର୍ମୀ ଶିବ ମହାଙ୍କୁଡ , ଭଗବାନ ଗୌଡ଼ , ଡାକ ଗୈାଡ , ସୁଶାନ୍ତ ପାଇକ , ସିମାଞ୍ଚଳ ପ୍ରଧାନ ସମେତ କମିଟି କର୍ମକର୍ତ୍ତା ବୃନ୍ଦ , ଗ୍ରାମ ଯୁବକ ସଂଘ ଏବଂ କୁରୁବୁଲି ଗ୍ରାମବାସୀ ସହଯୋଗ କରୁଥିବା  ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ