ଧନୀ ପାହାଡ଼ରେ ଅଭାବି ମହିଳା ବାର୍ଷି, ନା ମିଳୁଛି ଭତ୍ତା ନା ଚାଉଳ!ପ୍ରଶାସନ ଗୁହାରି ଶୁଣିବେ କେବେ ?

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ବହୁ ଯୋଜନା କରିଛନ୍ତି।କିନ୍ତୁ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ଯୋଗୁ ଅନେକ ମହିଳା ଓ ପୁରୁଷ ବିଭିନ୍ନ ଯୋଜନାରୁ ବଞ୍ଚିତ ରହି କର୍ମକୁ ଆଦରି ଭୋକ ଓ ଉପାସରେ ରହିବାକୁ ପଡୁଛି। ଏମିତି ଘଟଣା ଦେଖିବାକୁ ରାୟଗଡା ଜିଲ୍ଲାର କୁଟୁରୁ ମାଳି ବକ୍ସାଇଡ ବହୁ ସମ୍ପତି ଥିବା କଲ୍ୟାଣସିଂହପୁର କରପା ପଞ୍ଚାୟତର ଦୁର୍ଗମ ପାହାଡିଆ  ଲେଲିଙ୍ଗ ପଦର ଗ୍ରାମର ଜଣେ ମହିଳାଙ୍କ ଦୁଃଖର କାହାଣୀ। ଏହି ଗ୍ରାମ ବକ୍ସାଇଡ ପାହାଡ଼ ଉପରେ ରହିଥିବା ବେଳେ ଯାତାୟାତ କରିବା ପାଇଁ ରାସ୍ତା ଖଣ୍ଡିଏ ନଥିବାରୁ ନା ସରକାରୀ କର୍ମଚାରୀ ନା ଉଚ୍ଚା ଅଧିକାରୀ ଙ୍କ ପାଦ ପଡୁନଥିବାରୁ ଭତ୍ତା ଯୋଜନାରୁ ବଞ୍ଚିତ ରହି ଭାଗ୍ୟକୁ ଆଧରି ପଗିଛନ୍ତି। ଗ୍ରାମର ୬୦ ବର୍ଷରୁ ଅଧିକ ହେବ ଦେହରେ ବଲନାହିଁ ପାହାଡ଼ ତଳକୁ ଯାଇ କାହାକୁ ଦୁଃଖ ଜଣାଇଵା ପାଇଁ। ରାସ୍ତା ଖଣ୍ଡିକ ନଥିବାରୁ କର୍ମଚାରୀ ଓ ଅଧିକାରୀଙ୍କ ଆଜି ଯାଏ ପାଦ ପଡିନି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଗ୍ରାମର ଟାହାକୁ ହିକକାଙ୍କୁ ଭତ୍ତା ମିଳୁଛି ଓ ଚାଉଳ ମିଳୁଥିବା ବେଳେ ପାଞ୍ଚ କିଲୋ ଚାଉଳକୁ ଦୁଇ ପ୍ରାଣୀ କେମିତି ବଞ୍ଚିବେ ସେଥିନେଇ ଚିନ୍ତାରେ ପଡିଯାଇଛନ୍ତି। ସ୍ତ୍ରୀ ବାର୍ଷି ହିକକା ପ୍ରାୟ (୬୫)ବର୍ଷ ହେବ। କିନ୍ତୁ ଆଧାର କାର୍ଡରେ ୫୯ବର୍ଷ ରହିବା ଦେଖିବାକୁ ମିଳିଛି। ଭତ୍ତା ଖଣ୍ଡିକ ମିଳିଲେ କିଛିଦିନ ଚଳିଥାନ୍ତା।କିନ୍ତୁ ରାସନ କାର୍ଡରେ ନାମ ନଥିବାରୁ ସରକାରଙ୍କ ମାଗଣା ଚାଉଳ ୫ କିଲୋ ରୁ ବଞ୍ଚିତ ରହିଥିବାରୁ ଖାଦ୍ୟ ଖାଇବା କଷ୍ଟକର ହୋଇ ପଡିଛି। ଚାଉଳ ମିଳୁନଥିବାରୁ ପାହାଡ଼ ଚାଷ କରିଥିବା କାନ୍ଦୁଲ, ଖସଲା, ଝୁଡୁଙ୍ଗ ଫସଲ ସମାନ ସମାନ ବଦଳାଇ ଚାଉଳ କିଣି ଜୀବନ ବଞ୍ଚୁଥିବା ପ୍ରକାଶ କରିଛନ୍ତି ମହିଳା ଜଣକ। ସରକାର କେବେ ଯୋଗାଇବେ ଭତ୍ତା ଓ ମାଗଣା ଚାଉଳ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ମହିଲାଙ୍କ ସମସ୍ୟା ସମାଧାନ କରି ଭତ୍ତା ଓ ଚାଉଳ ଯୋଗାଇ ଦେବାପାଇଁ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ