ଓକିଲ ସଙ୍ଘରେ ମଧୁ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୧୭୮ତମ ଜନ୍ମଦିବସ ଅବସରରେ ମଧୁଜୟନ୍ତୀ ବା ଲୟର୍ସ ଡେ ପାଳିତ ହୋଇଯାଇଛି। ଏହି ଅବସରରେ ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ଥିବା ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ପରେ କୋର୍ଟ କନଫରେନ୍ସ ହଲରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ରବିନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞାପରମିତା ରାଉଳ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ଭୁବନେଶ୍ୱର ବାଣୀବିହାରର ପ୍ରଫେସର ହିମାଂଶୁ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଓଡିଶା ମାଟିରେ ଜନ୍ମ ଗ୍ରହଣ କରି ସମଗ୍ର ଓଡିଆ ଜାତି ଓ ଜାତୀୟତା ଅସ୍ମୀତାର ବୀଜମନ୍ତ୍ର ବୁଣିଥିବା ମହାନ ପ୍ରତିଭା ବାଗ୍ମୀ, ସୁବକ୍ତା, ସୁସାହିତ୍ୟିକ, ପ୍ରଥମ ଓଡିଆ ଓକିଲ ହେଉଛନ୍ତି ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଉତ୍କଳ ଗୈାରବ କୁଳବୃଦ୍ଧ ମଧୁସୂଦନ। ମଧୁବାବୁ ଓଡିଶାରୁ ପ୍ରଥମ ଏମ.ଏ,ପ୍ରଥମ ବିଏ. ବି. ଏଲ. ଲ ପାସ କରିଥିବା ଏବଂ ପ୍ରଥମ ଓଡିଆ ଓକିଲ। ତାଙ୍କର ଦୂରଦର୍ଶିତା ଓ ବିଚକ୍ଷଣ ବୁଦ୍ଧିମତାର ଓକିଲାତି କଳା ଅନନ୍ୟ ଓ ବିରଳ ତଥା ସମସ୍ତ ଓଡିଶା ବାସୀଙ୍କ ପାଇଁ ସବୁ ସମୟରେ ପ୍ରେରଣାର ଉତ୍ସ ହୋଇ ରହିଥିବ। ସେ ୧୮୮୩ ମସିହାରୁ ୧୮୯୦ ପର୍ଯ୍ୟନ୍ତ ରେଭେନ୍ସା କଲେଜରେ ଆଇନ ଅଧ୍ୟାପକ ଥିଲେ। ମଧୁବାବୁଙ୍କ ଜୀବନୀ ଓଡିଆ ଜାତିର ଏକ ମହାକାବ୍ୟ। ସେ ଥିଲେ ଓଡିଆ ଜାତିର ସ୍ୱାଭୀମାନର ପ୍ରତୀକ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିହାରରଞ୍ଜନ ମହାପାତ୍ର, ଯୁଗ୍ମସମ୍ପାଦକ ମନୋରଞ୍ଜନ ବେହେରା, ଅତିରିକ୍ତ ଯୁଗ୍ମସମ୍ପାଦକ ହରିପ୍ରସାଦ କର,କୋଷାଧ୍ୟକ୍ଷ ରାଜୀବ ପାତ୍ର, ଅତିରିକ୍ତ ଯୁଗ୍ମସମ୍ପାଦିକା ମମତାମୟୀ ସାମଲ, ପରିଚାଳନା ପରିଷଦ ସଭ୍ୟା ପ୍ରତିମା ଚକ୍ରବର୍ତ୍ତୀ, ମିନାକ୍ଷୀ ସାମନ୍ତରାୟ ଓ ସଙ୍ଘମିତ୍ରା ମିଲକଙ୍କ ସମେତ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଗଗନ ବିହାରୀ ଜେନା, ଧିରେନ କୁମାର ସାହୁ, ତମସା ପାତ୍ର, ପ୍ରତାପ ଚନ୍ଦ୍ର ଦାସ, ଭୀମସେନ ଭୂୟାଁ, ମନୋଜ ସାହୁ, ଆଶୁତୋଷ ମହାନ୍ତି ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଶେଷରେ ଉପ ସଭାପତି ନୃସିଂହ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ