ରାଜସ୍ବ ନିରୀକ୍ଷକଙ୍କ ହୃଦଘାତରେ ମୃତ୍ୟୁ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୁମ୍ମା ତହସିଲ ଅନ୍ତର୍ଗତ ବାଇଝାଲ ସର୍କଲର ରାଜସ୍ବ ନିରୀକ୍ଷକ ଏନ. ସୋମଶେଖର ରାଓ (୫୭)ଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି. ଗତକାଲି ଅକସ୍ମାତ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ପରିବାର ଲୋକ ଶ୍ରୀକାକୁଲମ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେ ଦିନ ଗୋଟାଏ ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶେଷ ଶଯ୍ୟାରେ ପରିବାର ବର୍ଗ ଉପସ୍ଥିତ ଥିଲେ ସେ ଦୀର୍ଘ ତିନି ବର୍ଷ ହେବ ବାଇଝାଲ ସର୍କଲରେ ଆରଆଇ ଭାବେ ନିଜର କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ସାଧାରଣଙ୍କ ଠାରେ ବେଶ ପରିଚିତ ଥିଲେ. ହଟାତ ତାଙ୍କର ବିୟୋଗର ଖବର ପ୍ରଚାରିତ ହେବାରେ ବାଇଝାଲ ଅଞ୍ଚଳର ଲୋକଙ୍କ ଠାରେ ବେଶ ଶୋକ ପ୍ରକାଶ ପାଇଛି. ଏଥିସହ ତାଙ୍କ ବିୟୋଗରେ ଗୁମ୍ମା ତହସିଲଦାର ଶରତ ଶବର ଓ ସମସ୍ତ ସର୍କଲର ରାଜସ୍ବ ନିରୀକ୍ଷକ ଓ କର୍ମଚାରୀମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ