ଭୂମିକମ୍ପରେ ଥରିଲା ନୂଆପଡ଼ା ଜିଲ୍ଲା
ନୂଆପଡ଼ା,(ଲିଲାମ୍ବର ନାଗ): ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟା ୭.୪୦ ସମୟରେ ହଠାତ୍ ଭୂମିକମ୍ପର ଅନୁଭୂତି ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ବିଶେଷ କରି ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତର ଧିଙ୍ଗିଆମୁଣ୍ଡା ଗ୍ରାମରେ ମଧ୍ୟ ଏହି ଭୂମିକମ୍ପ ସ୍ପଷ୍ଟ ଭାବେ ଅନୁଭବ କରାଯାଇଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ପ୍ରାୟ ୫ ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ଭୂମି କମ୍ପିଥିଲା। ହଠାତ୍ ଘରବାଡ଼ି କମ୍ପିଯିବାରୁ ଲୋକମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ। କିଛି ଲୋକଙ୍କ ଘରର କାନ୍ଥ ଫଟି ଯାଇଥିବା ବେଳେ କିଛି ସ୍ଥାନରେ ଘରୋଇ ସାମଗ୍ରୀ ହଲିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।


