ଛତ୍ରପୁର,(ଓ୍ବାଇଏନଏସ): ବିକାଶକୁ_ବନ୍ଦ_କରୁଛନ୍ତି_କବିସୂର୍ଯ୍ୟନଗର_ବିଧାୟକ l ବିଧାୟକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ନିର୍ବାଚିତ ଜନପ୍ରତିନିଧି। ଟକାଂ ଅଛି, ଟେଣ୍ଡର ହୋଇଛି, କିନ୍ତୁ କାର୍ଯ୍ଯାଦେଶ ଦିଆ ଯାଉନି। ଫଳରେ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇ ରହି ଯାଇଛି। ବିଧାୟକଙ୍କ ଚାପରେ ଚେପା ହେଉଛନ୍ତି ଅଧିକାରୀ । ଏଭଳି ଅଭିଯୋଗ କରି ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ବାରସ୍ଥ ହୋଇଛନ୍ତି କବିସୂର୍ଯ୍ୟନଗର ପୌର ପରିଷଦର ବହୁ ନିର୍ବାଚିତ ଜନପ୍ରତିନିଧି। କବିସୂର୍ଯ୍ୟନଗର ପୈାରପରିଷଦରେ ଦିର୍ଘ ୨ ବର୍ଷ ହେଲା କୈାଣସି ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ରାଜନୈତିକ ଚାପ ପାଇଁ ଅଚଂଳର କୈାଣସି ବିକାଶ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଭାରପାପ୍ତ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ। ଏପରିକି ପୈାରପରିଷଦ ପକ୍ଷରୁ ଅଚଂଳର ବିକାଶ ପାଇଁ ବାହାରିଥିବା ଟେଣ୍ଡରକୁ ମଧ୍ୟ ବାହାରିଥିଲା ତାହାକୁ ମଧ୍ୟ ଅଟକି ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେଣୁ ଗୁରୁବାର କବିସୂର୍ଯ୍ୟନଗର ପୈାରପରିଷଦର ଭାରପାପ୍ତ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ଆଜି ଛତ୍ରପୁର ଆସି ଗଞ୍ଜାମ ଜିଲାପାଳ ଓ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାକ୍ଷାତ କରିବା ସହ ନିର୍ମାଣ କାର୍ଯ୍ୟ ତ୍ୱରାନିତ କରିବା ସମ୍ପର୍କରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେମାନେ କହିବା ମୁତାବକ ୬ ଅକ୍ଟୋବର ୨୦୨୫ରେ କାଉନସିଲର ବୈଠକରେ ସମସ୍ତ ଜନପ୍ରତିନିଧିଙ୍କ ମତାମତକୁ ଆଧାର କରି ପ୍ରତ୍ୟେକ ୱାର୍ଡରେ ରାସ୍ତା,ନାଳ,କଲଭର୍ଟ ଇତ୍ୟାଦି ପୁନଃନିର୍ମାଣ କରିବା ନିମନ୍ତେ ନିର୍ଦ୍ଧାରଣ କରାଯାଇଥିଲା। ପରେ ଉକ୍ତ କାର୍ଯ୍ୟଗୁଡିକର ୪ ନଭେମ୍ବର ୨୦୨୫ରେ ଏହା ମଞ୍ଜୁର କରାଯାଇ ୧୯ ମାର୍ଚ୍ଚ ୨୦୨୬ରେ ୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଇ.ଟେଣ୍ଡର କରାଯାଇଥିଲା। ୨ ଏପ୍ରିଲରେ ଟେଣ୍ଡର ଖୋଲାଯାଇଥିଲା। କିନ୍ତୁ ଯେଉଁମାନେ କାମ ପାଇଛନ୍ତି ସେମାନଙ୍କୁ ଏଯାବତ ୱାର୍କ ଅର୍ଡର କାର୍ଯ୍ୟନିର୍ବାହି ଅଧିକାରୀ ଦେଉନାହାନ୍ତି। ଏହିସବୁ କାମର ଟେଣ୍ଡର ରଦ୍ଦ କରିବା ପାଇଁ ସେଠାକାର ବିଧାୟକ ଚାପ ପକାଉଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ ବିକ୍ରାନ୍ତ କୁମାର ସାହୁ କହିଛନ୍ତି। ସରକାର ବଦଳିଲା ପରେ ଏହି ପୈାରପରିଷଦର ବହୁ କାମ ୱାର୍କ ଅର୍ଡର ଦିଆଯାଇଥିଲେ ମଧ୍ୟ ବିଡର ମାନଙ୍କୁ ଡରାଗଲା କାମ କଲେ ବିଲ ଦିଆଯିବ ନାହିଁ। ଫଳରେ ବହୁ ଗୁଡିଏ କାମ ଆଜି ପ୍ରର୍ଯ୍ୟନ୍ତ ଆରମ୍ଭ ହେଲା ନାହିଁ। ଏବେ ପୁଣି ବହୁ କାମ ଅଟକ ରହିଥିବାରୁ ସହରବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୈାରପରିଷଦ ମ୍ୟୁନିସିପାଲଟି ଆଇନ ୧୯୫୦ ଅନୁସାରେ ଏହା ଗୋଟିଏ ସ୍ୱୟଂଶାସିତ ସଂସ୍ଥା। ସହରବାସୀଙ୍କ ମୈାଳିକ ସୁବିଧା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାଉନସିଲର କରୁଥିବା ଉନ୍ନୟନ କାର୍ଯ୍ୟକୁ ସ୍ଥାନୀୟ ବିଧାୟକଙ୍କ ଚାପରେ ବନ୍ଦ କରିବା ଆଇନ ସମ୍ମତ ନୁହେଁ ବୋଲି କହିଥିଲେ। ଯେଉଁ ସବୁ କାର୍ଯ୍ୟର ଟେଣ୍ଡର ବାହାରିଥିଲା ତାହା ଯଦି ସାତ ଦିନ ମଧ୍ୟରେ ସହରର ଉନ୍ନୟନ କାର୍ଯ୍ୟଗୁଡିକୁ ଆରମ୍ଭ କରାନଯାଏ ତେବେ ସମସ୍ତ କାଉନସିଲରମାନେ ପୈାରପରିଷଦରେ ଧାରଣା ଦେବା ସହ ରାସ୍ତାରୋକ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ବେଳେ ଭାରପାପ୍ତ ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ, କାଉନସିଲର ମନୋରଞ୍ଜନ ମାହାପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ପ୍ରିୟାଙ୍କା ସୁବୁଦ୍ଧି, ସଞ୍ଜୁକ୍ତା ପ୍ରଧାନ, ସୁଦର୍ଶନ ପ୍ରଧାନଙ୍କ ସମେତ ସମସ୍ତ ବହୁ କାଉନସିଲମାନେ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ପଟେ ଏନେଇ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନାଙ୍କୁ ପଚାରିବାରେ ଏହି ଘଟଣାକୁ ନେଇ ନିର୍ବାହି ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିୟମ ଓ ଆଇନ ଅନୁସାରେ କାର୍ଯ୍ୟକରାଯିବ ବୋଲି ସେ କହିଥିଲେ।