ଗ୍ରାମର ପୂର୍ବତନ ମୁଖିଆଙ୍କ ମୃତ୍ୟୁ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତ ର ସାମିଆପଲ୍ଲୀ ଗ୍ରାମର ପୂର୍ବତନ ମୁଖିଆ ତଥା ସାଉଁଟିଆ ସମାଜ ର ନେତା ବିଶ୍ୱନାଥ ପ୍ରଧାନ (୭୦) ଙ୍କ ଆକସ୍ମିତ ମୃତ୍ୟୁ ଘଟିଛି l ମୃତ୍ୟୁ ର ଖବର ପ୍ରକାଶ ଫଳ ରେ ପଂଚାୟତ ଓ ଆଖପାଖ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l ହଠାତ ସେ ଅସୁସ୍ଥ ଅନୁଭବ କରିଥିବା ରୁ ପ୍ରଥମେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ପରେ ଅବସ୍ଥା ଗୁରୁତର ହେବା ରୁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ତାଙ୍କ ର ବିୟୋଗ ରେ ସମସ୍ତ ଗ୍ରାମବାସୀ ମର୍ମାହତ l କାରଣ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ରେ ଗଢିବା ରେ ସେ ଥିଲେ ପ୍ରମୁଖ ବ୍ୟକ୍ତି l ତାଙ୍କର ଏ ଅକାଳ ବିୟୋଗ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ବେହେରା, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଗ୍ରାମ ବିକାଶ ର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ନାୟକ ଙ୍କ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି, ବନ୍ଧୁବାନ୍ଧବ, ଗ୍ରାମବାସୀ ଏବଂ ପରିବାର ବର୍ଗ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ