ଦୀର୍ଘ ବର୍ଷପରେ ସାପ୍ତାହିକ ହାଟରେ ଲାଗିଲା ଲାଇଟ୍
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ସବୁଠୁ ବଡ଼ ସାପ୍ତାହିକ ହାଟ ଭାବେ ବେଶ ପରିଚିତ ଅସ୍ତରଙ୍ଗ ହାଟ ।କିନ୍ତୁ ହାଟ ମଧ୍ୟରେ ଅଲୋକି କାରଣ ବେବସ୍ତା ନଥିବାରୁ ଏଠାକୁ ଆସୁଥିବା ଦୂର ଦୁରନ୍ତୁ ବେପାରୀ ଓ ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏବେ ଅନ୍ଧକାରରୁ ମୁକ୍ତି ମିଳିଛି ଦୀର୍ଘ ବର୍ଷ ପରେ ଅସ୍ତରଙ୍ଗ ପଞ୍ଚାୟତ ପକ୍ଷରୁ ଲାଇଟ୍ ଲାଗିଛି ।ଏଥିପାଇଁ ସାପ୍ତାହିକ ହାଟକୁ ଯାଉଥିବା ବ୍ୟବସାୟୀ ଓ ଗ୍ରାହକ ଖୁସି ଅନୁଭବ କରିଛନ୍ତି, ସୂଚନା ଥାଉକି ଅସ୍ତରଙ୍ଗ ବଜାର ଓ ସାପ୍ତାହିକ ହାଟ ଉପରେ କାକଟପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି । ହାଟ ପାଳିଦିନ ହାଟ ମଧ୍ୟରେ ଅଲୋକି କାରଣ ନଥୁବାରୁ ଆମିଷ ବଜାର, ପନିପରିବା ବଜାର ଓ ଅନ୍ୟାନ୍ୟ ଜିନିଷ ବିକ୍ରୀ କରୁଥିବା ବ୍ୟବସାୟୀ ଓ ଖାଉଟିମାନେ ଅନ୍ଧାର କାରଣରୁ ନାହିଁନଥିବା ଅସୁବିଧା ସମ୍ମୁଖିନ ହେଉଥିଲେ । ସଞ୍ଜ ହେବା ମାତ୍ରେ ଅନ୍ଧାରକୁ ଦୂର କରିବାକୁ ଜଣେ ବ୍ୟକ୍ତି ଜେନେରେଟର ଲଗାଇ ପ୍ରତି ବ୍ୟବସାୟୀଙ୍କୁ ଭଡାରେ ଆଲୋକ ଯୋଗାଉଥିଲେ ।ଏହି ଅଲୋକି କାରଣ ପାଇଁ ବ୍ୟବସାହି ଙ୍କ ପକେଟ ଉପରେ ପ୍ରଭାବ ପଡୁଥିଲା । ଏହା ମଧ୍ଯରେ ଅସ୍ତରଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ରାମଚନ୍ଦ୍ର କାଣ୍ଡିଙ୍କ ମହାନନ୍ତା ପାଇଁ ହାଟ ଭିତରେ ୧୮ଟି ସ୍ଥାନ ରେ ୧୮ ଗୋଟି ସୋଲାର ଲାଇଟ୍ ଲଗାଇ ଆଲୋକୀକରଣ କରିଛନ୍ତି । ଫଳରେ ସାପ୍ତାହିକ ହାଟ ଭିତରେ ଓ ମାଛ ବଜାରରେ ରାତିରେ ବ୍ୟବସାୟୀ ଓ ଗ୍ରାହକ ମାନେ ଉପକୃତ ହେବେ । ଦୀର୍ଘ ବର୍ଷ ପରେ ସାପ୍ତାହିକ ହାଟ ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡିଙ୍କୁ ସମସ୍ତେ ପ୍ରସଂଶା କରିଛନ୍ତି ।


