ବିଏସ୍ପି ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା): ବହୁଜନ ସମାଜପାର୍ଟି ପକ୍ଷରୁ ଏହାର ବରିଷ୍ଠ ନେତା ପ୍ରହଲ୍ଲାଦ ଦାସଙ୍କ ଅଧ୍ୟକ୍ଷତାରେ ଆମ୍ବେଦକର ଭବନ ବାଲେଶ୍ୱର ଠାରେ ଗତ ୧ ତାରିଖ ସନ୍ଧ୍ୟା ୬ଟାରେ ବୁଦ୍ଧଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ବିଏସ୍ପିର ବହୁ କର୍ମକର୍ତ୍ତା ଏହି ଜୟନ୍ତୀ ଉତ୍ସବରେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଭାପତି ଡାକ୍ତର ମନୋଜ କିଶୋର ମାଝୀ ଯୋଗ ଦେଇ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ଉପରେ ବୁଦ୍ଧଙ୍କ ବାଣୀ ଉଲ୍ଲେଖ କରିଥିଲେ – “ବିଶ୍ୱର ହିତ ସାଧନ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ। ମୋ ନିଜର କଲ୍ୟାଣ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ। ପ୍ରାଣୀ ମାତ୍ରକେ କିପରି ଆନନ୍ଦରେ ଓ ସୁଖଶାନ୍ତିରେ ରହିବେ ଏହାହିଁ ମୋର ଅଭିଳାଷ, ଏହାହିଁ ମୋ ପ୍ରେମର ଉତ୍ସ।” ସମାଜସେବୀ ପ୍ରଫୁଲ୍ଲ ଜେନାଙ୍କ ଉପସ୍ଥିତିରେ ନେତ୍ରୀ ଦେବସ୍ମିତା ଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ। ସଭାକୁ ସଫଳ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସର୍ବଶ୍ରୀ ଭୋଳାନାଥ ବେହେରା, ଗୋବିନ୍ଦ ବେହେରା, କୈଳାସ ଦାସ, ସମାଜସେବୀ ସଂଗ୍ରାମ କିଶୋର ମାଝୀ, ଉପେନ୍ଦ୍ର ଦାସ, ଗଗନ ପାତ୍ର, ନିରୁପମା ପାତ୍ର, ନିରଞ୍ଜନ ମହାଳିକ, ମନୋରଞ୍ଜନ ମହାଳିକ, ଦିଲ୍ଲୀପ ମାଝୀ, ମିନତୀ ଜେନା ଅନ୍ୟତମ। ସର୍ବଶେଷରେ ନେତ୍ରୀ ଆରତୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


