ସାହିତ୍ୟିକ ନିରଞ୍ଜନ ମେକାପଙ୍କୁ ମୌସୁମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାର ପ୍ରମୁଖ ସାହିତ୍ୟ ସଂଗଠନ ‘ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦ’ ଆନୁକୂଲ୍ୟରେ ବିଶିଷ୍ଠ ସାହିତ୍ୟିକ ପ୍ରାବନ୍ଧିକ ସ୍ୱର୍ଗତ ନିରଞ୍ଜନ ମେକାପଙ୍କ ଉଦେଶ୍ୟରେ ଏକ ସ୍ମୃତିସଭା ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଏକ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମୌସୁମୀର ସମ୍ପାଦକ ଡ. ଶ୍ରୀଧର ସାମଲ, ଡ. ବାସୁଦେବ ଦାସ, ପ୍ରେମାନନ୍ଦ ଖଣ୍ଡୁଆଳ, ବୃନ୍ଦାବନ ଦାସ, ଭବାନୀ ମହାପାତ୍ର, ସଞ୍ଜୟ ମଲ୍ଲିକ, ଡ. ସୁଧାଂଶୁ ଦ୍ୱିବେଦୀ, ସରୋଜ ମହାନ୍ତି, ଖଗେଶ୍ୱର ମହାନ୍ତି, ସୁରେନ୍ଦ୍ର ବେହେରା, ଅମର ପ୍ରସାଦ ରାଉତ, କାଶୀନାଥ ରାଉତରାୟ, ଲକ୍ଷ୍ମୀ ପ୍ରିୟା ମାଇତି, ଅଜୟ ପାତ୍ର, ରଞ୍ଜନ ବାଇ, ଗୋଲାପ ରାଉତ, କବିତା ମୁଦୁଲି, ମମତା ସାମଲ, ଭରତ ଚନ୍ଦ୍ର ଜେନା, ଈଶ୍ୱର ପୃଷ୍ଟି ଆଦି କବି, ସାହିତ୍ୟିକ, ସାହିତ୍ୟ ସଂଗଠକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମେକାପଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


