ଚାରିଛକ ମଣ୍ଡଳ ବିଜେପି ପକ୍ଷରୁ ବିଜୟ ଉତ୍ସବ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବହୁଳ ସଫଳତା ପରେ ଏହାର ଖୁସି ଏବେ ଓଡ଼ିଶାର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି।ଏହି ପରିପ୍ରେକ୍ଷୀ ରେ ଚାରିଛକ ଠାରେ ଚାରିଛକ ବିଜେପି ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଥିଲା। ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଚାରିଛକ ମଣ୍ଡଳ ଅନ୍ତର୍ଗତ ଭୋଦର, ତୁଳସୀପୁର, ବାହାରଣା, ଛଣିଜଙ୍ଗ, କଳାପାଞ୍ଚଣ, ତମ୍ପାଳ ଓ ତେଗୁଣ୍ଡିଆ ପଞ୍ଚାୟତରୁ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ। କର୍ମୀମାନେ ପ୍ରଥମେ ଚାରିଛକ ବଜାର ପରିକ୍ରମା କରିବା ସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଣ ଫୁଟାଇ ଓ ପରସ୍ପରକୁ ମିଠା ଖୁଆଇ ସେମାନେ ନିଜର ଖୁସି ଜାହିର କରିଥିଲେ ।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ଦୁର୍ଯ୍ୟୋଧନ ମହାନ୍ତି, ତୁଳସୀପୁର ପଞ୍ଚାୟତ ସଭାପତି କୈଳାସ କର, ଉପ ସଭାପତି ମାନସ ସାହୁ, ମନୋଜ କୁମାର ନାୟକ, ଭଗବାନ ମିଶ୍ର, ଅଜୟ ପରିଡା, ଲକ୍ଷ୍ମୀଧର ହାତୀ, ଭାଗିରଥି ମଲ୍ଲିକ, ସଞ୍ଜି ବାରିକ, ସୁନିଲ କାଣ୍ଡି ଏବଂ ଅକ୍ଷୟ ରାଉତଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଏହି ଅବସର ରେଦଳୀୟ କର୍ମୀ ମାନେ ବାଣ ଫୁଟାଇ ବିଭିନ୍ନ ସ୍ଲୋଗାନ ଦେଇ ଚାରିଛକ ଠାରୁ ଗଡ଼ ଅମରପ୍ରସାଦ ଏକ ବିଶାଳ ମଟର ସାଇକେଲ ରାଲି କରାଯାଇ ଦଳୀୟ ସଫଳତାକୁ ସେଲିବ୍ରେଟ୍ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ