ୟୁନିସେଫ ଓ ଓଡିଶା ପୋଲିସଙ୍କ କିଶୋରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ସମ୍ମିଳନୀ କକ୍ଷରେ ୟୁନିସେଫ ଓ ଓଡିଶା ପୋଲିସଙ୍କ ମିଳିତ ସହାୟତାରେ କିଶୋରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଭିଡିଓ ଫଟୋଚିତ୍ର ପ୍ରଦର୍ଶନ କରାଯାଇ ପିଲାମାନଙ୍କୁ ସଚେତନ କରାଯାଇଥିଲା। ସାଧାରଣତଃ ଥାନାକୁ ନେଇ ଜନସାଧାରଣ ମାନଙ୍କ ମନରେ ଏକ ଭୟାଳୁ ମନୋଭାବ ରହିଛି। ତେଣୁ ସାଧାରଣ ଲୋକ ଥାନା କୁ ଯିବାକୁ ମଧ୍ୟ ଭୟ କରିଥାନ୍ତି। ଏହି ସବୁ ଭୟକୁ ଦୁରେଇବା ସହ ବର୍ତମାନ ସଂପ୍ରାତିକ ପରିସ୍ଥିତିରେ ଯେପରି ସାଇବର କ୍ରାଇମ, ଅନଳାଇନ ଠକେଇ ଆଦି ଘଟଣା ଘଟୁଛି ସେ ସବୁ ବିଷୟ ଉପରେ ସଚେତନ କରାଯାଇଥିଲା। ତତ୍ସହିତ ଥାନାଧିକାରି ଦେବାଶୀଷ ପଣ୍ଡା ଉପସ୍ଥିତ କିଶୋରୀମାନଙ୍କୁ ଥାନାରରେ କି କି କାର୍ଯ୍ୟ କରାଯାଏ। ଥାନା କିପରି ଜନସାଧାରଣମାନଙ୍କୁ ସହାୟତା କରିଥାଏ, କେଉଁ ପ୍ରକାର ସମସ୍ୟା ସୃଷ୍ଟି ହେଲେ ଆମେ କେଉଁଠି ଅଭିଯୋଗ କରିବା ଆଦି ବିଷୟରେ ବୁଝାଇବା ସହ ଥାନାର ପ୍ରବେଶ ଓ ପ୍ରସ୍ଥାନ ପଥ ଅଭିଯୋଗ ପ୍ରକୋଷ୍ଠ, ଥାନାରେ ଥିବା ବିଭିନ୍ନ କକ୍ଷ ଓ ଅଧିକାରୀଙ୍କ ବିଷୟରେ ବୁଲାଇ ଦେଖାଇବା ସହ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମ କରିବା ଦ୍ୱାରା ସାଧାରଣତଃ ପିଲାମାନେ ଥାନାକୁ ଆସି ନିଜର ସମସ୍ୟା ଉପରେ ଅଭିଯୋଗ କରିବା ସହ ନିଜର ସଂପର୍କୀୟ କୌଣସି ଅସୁବିଧାରେ ପଡିଲେ ତାଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ସିଡିପିଓ ସ୍ୱପ୍ନା ମହାପାତ୍ର ମତବ୍ୟକ୍ତ କରିଥିଲେ। ପ୍ରଥମଥର ଏପରି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଥାନା ବିଷୟରେ ଅନେକ କଥା ଜାଣି ପାରିଥିବା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାଧିକାରୀଙ୍କ ସମେତ ଥାନାର ଅନ୍ୟାନ୍ୟ ପଦାଧିକାରୀ ଅଙ୍ଗନୱାର୍ଡୀ କର୍ମୀ ଆଦି ଯୋଗ ଦେଇଥିଲେ।


