ଆନ୍ତର୍ଜାତୀୟ ରେଡକ୍ରସ ଦିବସ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଗିରୀଧର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ପାଳନ ହୋଇଯାଇଛି। ଯୁବ ରେଡକ୍ରସ ପରାମର୍ଶଦାତା ଡ ସଂଜୀବ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଡ ଇ ରବିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥି ମାନେ ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ପୂଣ୍ୟ ଜନ୍ମତିଥି ପାଳନ ସ୍ମୃତି କୁ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ପାଳନ ର ଯଥାର୍ଥତା ବିଷୟରେ ମତବ୍ୟକ୍ତ କରିଥିଲେ। ହେନେରୀ ଡୁନାଣ୍ଟ ଙ୍କ ଦ୍ବାରା ପ୍ରତିଷ୍ଠିତ ଯୁବ ରେଡକ୍ରସ କିପରି ପୃଥିବୀ ସାରା ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କୁ ଚିକିତ୍ସା, ଦୈବିଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ, ସଡ଼କ ଦୁର୍ଘଟଣା ସମୟରେ ଆହତଙ୍କୁ ଉଦ୍ଧାର କରି ସହାୟତା ପ୍ରଦାନ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଏଡ଼ସ ଭଳି ବିଭିନ୍ନ ରୋଗ ର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରଭୃତି ବିଷୟରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା କେ ଶ୍ବାତୀ ରାଓ ଏବଂ ଧରିତ୍ରୀ ବିଷାୟୀଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ