ବ୍ୟାସକବିନଗର ବିକାଶ ପରିଷଦର ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର,(ସରୋଜ ପଣ୍ଡା) : ସହଦେବଖୁଣ୍ଟାସ୍ଥିତ ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ଆସନ୍ତା ଦୁଇବର୍ଷ ପାଇଁ ଗତମାସ ୨୭ ତାରିଖ ଦିନ ନିର୍ବାଚିତ ନୂତନ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ସଭାପତି ସଂଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବନିର୍ବାଚିତ ସଭାପତି ପ୍ରଭାତ କୁମାର ସାହୁ, ସାଧାରଣ ସଂପାଦକ ଅଦୈତ କୁମାର ମହାନ୍ତି, କୋଷାଧ୍ୟକ୍ଷ ରଜତ କୁମାର ପରିଡ଼ା ଉପଦେଷ୍ଟା ପ୍ରତିଭା ଆଚାର୍ଯ୍ୟ ପ୍ରମୁଖଙ୍କୁ ପରିଷଦର ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ବୈଠକରେ ନୂତନ ଓ ପୁରାତନ କମିଟି କର୍ମକର୍ତ୍ତା ସର୍ବଶ୍ରୀ ବିନୋଦ ବିହାରୀ ପଣ୍ଡା, ଉମାକାନ୍ତ ମହାନ୍ତି, ଡମ୍ବରୁଧର ପ୍ରଧାନ, ଭଗବାନ ମହନୀ, ସୁବାସ ଚନ୍ଦ୍ର ନାୟକ, ଅନନ୍ତ କୁମାର ଦାସ, ରଞ୍ଜନ କୁମାର ଭୋଇ, ମନୋଜ ନାୟକ, ଅକ୍ଷୟ କୁମାର ତ୍ରିପାଠୀ ଓ ମୁକୁନ୍ଦ ମୁରାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନବନିର୍ବାଚିତ କର୍ମକର୍ତ୍ତାମାନେ ସ୍ଥାନୀୟ ଅଞ୍ଚଳର ବିକାଶ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ