ଆହେ ମହାବାହୁ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଆହେ ମହାବାହୁ ତୁମେ ଥାଉ ଥାଉ
କାହାଗେ କହିବି ଦୁଃଖ ଆଉ
ସବୁତ ଜାଣିଛ ମଉନେ ବସିଛ
ତୁମ ଆଗେ ମୋ’ର ଦିନ ଯାଉ ।।
ଆହେ ମହାବାହୁ……
ଚାହିଁ ନାହିଁ ମୁହିଁ ରାଜ ସିଂହାସନ
ପ୍ରଭୁ ଚାହେଁ ନାହିଁ କଇବଲ୍ୟ
ମାଗି ନାହିଁ କେବେ ସ୍ବର୍ଗ ସୁଖ ଭୋଗ
ମାଗି ନାହିଁ ମୋର କର୍ମ ମୂଲ୍ୟ ।।
ଆହେ ମହାବାହୁ……
ଜାଣେ ମୁଁ ପତିତ ତୁମର ହିଁ ଭୃତ୍ୟ
ନାଥ ମାଗିବି କାହାଗେ ଆଉ
ସବୁ ଆଶା ଛାଡ଼ି ବସିଛି ଦୁଆରେ
ଦୟାମୟ ବାରେ ଦୟା ହେଉ ।।
ଆହେ ମହାବାହୁ……
ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


